ଓଡିଶା

odisha

ETV Bharat / sports

ଶ୍ରେୟସ ଆୟରଙ୍କ ସଫଳ ଅସ୍ତ୍ରୋପଚାର, ବାମକାନ୍ଧ ହୋଇଥିଲା ଆଘାତ ପ୍ରାପ୍ତ - shreyas iyer news

ସଫଳତାର ସହ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ଅସ୍ତ୍ରୋପଚାର ହୋଇଛି । ଏହାକୁ ନେଇ ଶ୍ରେୟସ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଶ୍ରେୟସ ଆୟରଙ୍କ ସଫଳ ଅସ୍ତ୍ରୋପଚାର, ବାମକାନ୍ଧ ହୋଇଥିଲା ଆଘାତ ପ୍ରାପ୍ତ
ଶ୍ରେୟସ ଆୟରଙ୍କ ସଫଳ ଅସ୍ତ୍ରୋପଚାର, ବାମକାନ୍ଧ ହୋଇଥିଲା ଆଘାତ ପ୍ରାପ୍ତ

By

Published : Apr 8, 2021, 7:07 PM IST

ନୁଆଦିଲ୍ଲୀ: ସଫଳତାର ସହ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ଅସ୍ତ୍ରୋପଚାର ହୋଇଛି। ଏହାକୁ ନେଇ ଶ୍ରେୟସ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏପ୍ରିଲ 8 ତାରିଖ ବା ବୁଧବାର ଶ୍ରେୟସ ଆୟରଙ୍କ ବାମ କାନ୍ଧର ଅସ୍ତ୍ରୋପଚାର ହେବାକୁ ଥିଲା । ଇଲଂଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚରେ ସେ ଆହତ ହୋଇଥିଲେ ।

ଅସ୍ତ୍ରୋପଚାର ହେବା ପରେ ଶ୍ରେୟସ ଆୟର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅସ୍ତ୍ରୋପଚାର ପରେ ଶ୍ରେୟସ ଆୟର ଟ୍ବିଟ କରି ଲେଖିଛନ୍ତି ଯେ, "ଅସ୍ତ୍ରୋପଚାର ସଫଳ ହୋଇଛି । ସିଂହ ଭଳି ନିଷ୍ଠା ନେଇ ମୁଁ ଖୁବଶୀଘ୍ର ଫେରିବି । ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ"

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଶ୍ରେୟସ ଆୟରଙ୍କ ବାମ କାନ୍ଧ ଆଘାତପ୍ରାପ୍ତ ହୋଇଥିଲା। ଯାହା ଫଳରେ ସେ ଦିନିକିଆ ସିରିଜ ସହ ଆଇପିଏଲରୁ ବାଦ ପଡ଼ିଥିଲେ। ତାଙ୍କ ପ୍ରତି ବଦଳରେ ଋଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି। ଗତ ବର୍ଷ ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଥିଲା ଦଳ। ତେବେ ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳଠୁ ପରାଜିତ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଫଳରେ ଦିଲ୍ଲୀର ପ୍ରଥମ ଆଇପିଏଲ ଟାଇଟଲ ଜିତିବା ସ୍ବପ୍ନ ପୂର୍ଣ୍ଣ ହୋଇ ପାରିନଥିଲା।

ଏପ୍ରିଲ 10 ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳିବ। ଏହି ମ୍ୟାଚରେ ଋଷଭ ପନ୍ତଙ୍କ ଅଧିନାୟକତ୍ବ ଉପରେ ରହିବ ସଭିଁଙ୍କ ନଜର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details