ଲଣ୍ଡନ: ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ । ଶୁକ୍ରବାର ପାକିସ୍ତାନ ବିଶ୍ବକପରେ ବାଂଲାଦେଶ ମ୍ୟାଚ ବିଜୟୀ ହେବା ପରେ ଦିିିନିକିଆରୁ ଅବସର ଘୋଷଣା କରିଛନ୍ତି ସୋଏବ ।
ଭାରତ ବିପକ୍ଷରେ ସୋଏବଙ୍କ 128ରନର ପାଳି ମନେପକାଇଲା ଆଇସିସି - Shoaib Malik
ଆଇସିସି ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି 2009 ଚମ୍ପିଆନ୍ସ ଟ୍ରଫିରେ ସୋଏବ ଭାରତ ବିପକ୍ଷରେ ଖେଳିଥିବା 128ରନର ଦମଦାର ପାଳିକୁ ମନେପକାଇଛି ।
ତେବେ ଆଇସିସି ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି 2009 ଚମ୍ପଆନ୍ସ ଟ୍ରଫିରେ ସୋଏବଙ୍କ ଭାରତ ବିପକ୍ଷରେ ଖେଳିଥିବା 128ରନ ଦମଦାର ପାଳିକୁ ମନେପକାଇଛି ।
ଉଲ୍ଲେଖଥାଉ କି, 2009 ଚମ୍ପଆନ୍ସ ଟ୍ରଫି 6ଷ୍ଠ ମ୍ୟାଚରେ ପାକିସ୍ତାନକୁ ଭେଟିଥିଲା ଭାରତ । ଏହି ମ୍ୟାଚକୁ 54ରନରେ ଜିତି ନେଇଥିଲା ପାକିସ୍ତାନ । ପାକିସ୍ତାନର ଏହି ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ସୋଏବ ମଲ୍ଲିକ । ସେ 126 ବଲରରୁ 128ରନର ବିସ୍ଫରୋକ ପାଳି ଖେଳିଥିଲେ । ଯେଉଁଥିରେ ସାମିଲ ଥିଲା 16ଟି ଦମଦାର ଚୌକା । ତେବେ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଭାରତକୁ 302ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ । ବିଜୟ ଲକ୍ଷ୍ୟକୁ ପିଛା କରି 248ରନରେ ଅଲଆଉଟ ହୋଇଯାଇଥିଲା ଭାରତ ।