ଓଡିଶା

odisha

ETV Bharat / sports

ଦିନିକିଆରୁ ଅବସର ନେଲେ ସୋଏବ - retirement

ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ । ଶୁକ୍ରବାର ବିଶ୍ବକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ବିଜୟୀ ହେବା ପରେ ଦିନିକିଆରୁ ଅବସର ଘୋଷଣା କରିଛନ୍ତି ସୋଏବ ମଲ୍ଲିକ ।

ଡିଜାଇନ ଫଟୋ

By

Published : Jul 6, 2019, 2:34 PM IST

ଲଣ୍ଡନ: ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ । ଦିନିକିଆରୁ ଅବସର ନେବା ପରେ ସେ ଟି-20 କ୍ରିକେଟରେ ଫୋକସ କରିବେ ବୋଲି କହିଛନ୍ତି । ଶୁକ୍ରବାର ବିଶ୍ବକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ବିଜୟୀ ହେବା ପରେ ଦିନିକିଆରୁ ଅବସର ଘୋଷଣା କରିଛନ୍ତି ସୋଏବ ମଲ୍ଲିକ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ମ୍ୟାଚରେ 94ରନରେ ବିଜୟୀ ହୋଇଥିଲା ପାକିସ୍ତାନ । ତେବେ ବିଜୟ ସତ୍ତ୍ବେ ପାକିସ୍ତାନ ସେମିଫାଇନାଲରେ ପହଁଚି ନ ପାରି ବିଶ୍ବକପ ଅଭିଯାନ ଶେଷ କରିଥିଲା । ଆଉ ମ୍ୟାଚରେ ଶେଷରେ ଟିମର ସମସ୍ତ ଖେଳାଳି ସୋଏବଙ୍କୁ ଧନ୍ୟବାଦ ଜଣାଇ ବିଦାୟ ଦେଇଥିଲେ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ସୋଏବ କହିଛନ୍ତି,"ମୁଁ ଦିନିକିଆ କ୍ରିକେଟରୁ ଅବସର ନେଉଛି । ମୁଁ କିଛି ବର୍ଷ ପୂର୍ବରୁ ନିଷ୍ପତ୍ତି ନେଇଥିଲି ଯେ, ବିଶ୍ୱକପରେ ପାକିସ୍ତାନର ଶେଷ ମ୍ୟାଚରେ ଅବସର ନେବି । ଏବେ ମୁଁ ପରିବାର ସହିତ ଅଧିକ ସମୟ ବିତାଇବି । ଏଥି ସହିତ ଟି-20 କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିବି । ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇ ମୁଁ ଦୁଃଖିତ ।"

ବିଦାୟୀକାଳୀନ ଅଭିଭାଷଣରେ, ସେ ନିଜ ପରିବାର, ବନ୍ଧୁ, କୋଚ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, "ମୁଁ ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନଙ୍କ ସହିତ ମୁଁ ସମୟ ବିତାଇଛି, ସେମାନେ ଧନ୍ୟବାଦର ପାତ୍ର । ମୋତେ ତାଲିମ ଦେଇଥିବା କୋଚ, ପରିବାର, ବନ୍ଧୁ ଓ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଉଛି ।"

For All Latest Updates

ABOUT THE AUTHOR

...view details