ଓଡିଶା

odisha

ETV Bharat / sports

ଅଧା ଆହତ ଭାରତୀୟ ଟିମ ଅଷ୍ଟ୍ରେଲିଆଠୁ ଶକ୍ତିଶାଳୀ: ଅଖତର - ଅଷ୍ଟ୍ରେଲିଆଠୁ ଆଗରେ ଭାରତ

ପ୍ରଦର୍ଶନ ଏପରି ହେବା ଉଚିତ ଯାହାକୁ ଶତୃଙ୍କୁ ବି ପ୍ରଶଂସା କରିବାକୁ ବାଧ୍ୟ ହୋଇଯିବେ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ ଇଣ୍ଡିଆର ପ୍ରଦର୍ଶନ ଠିକ୍ ସେହିପରି ହୋଇଛି । ଅଧିକ ପଢନ୍ତୁ...

Shoaib Akhtar hails India team s character
ଅଧା ଆହତ ଭାରତ ସଂପୂର୍ଣ୍ଣ ଫିଟ୍ ଅଷ୍ଟ୍ରେଲିଆଠୁ ଆଗରେ: ଅଖତର

By

Published : Jan 17, 2021, 6:28 PM IST

କରାଚୀ:ପ୍ରଦର୍ଶନ ଏପରି ହେବା ଉଚିତ ଯାହାକୁ ଶତୃଙ୍କୁ ବି ପ୍ରଶଂସା କରିବାକୁ ବାଧ୍ୟ ହୋଇଯିବେ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ ଇଣ୍ଡିଆର ପ୍ରଦର୍ଶନ ଠିକ୍ ସେହିପରି ହୋଇଛି । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ପ୍ରଦର୍ଶନରେ ବହୁତ ଖୁସି । ଚଳିତ ବର୍ଡର ଗାଭାସ୍କର ଟ୍ରଫି ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ଖେଳ ଜାରି ରହିଛି । ଦୁଇ ଟିମ ନିଜର ପ୍ରଥମ ଇଂନିସ ଖେଳିସାରିଛନ୍ତି । 5ଜଣ ପ୍ରମୁଖ ଭାରତୀୟ ଖେଳାଳି ଆହତ ହୋଇଯାଇଥିଲେ, ଏହାପରେ ଟିମ ଇଣ୍ଡିଆର ବୋଲିଂ ଆକ୍ରମଣ ସଂପୂର୍ଣ୍ଣ ନୂଆ ହୋଇଯାଇଥିଲା।

ଅଖତର କହିଛନ୍ତି, ଅଧିକାଂଶ ଖେଳାଳି ଆହତ ଅଛନ୍ତି, ମାତ୍ର ଟିମ ଇଣ୍ଡିଆର ସ୍ବତନ୍ତ୍ରତା ଏହା ଯେ ଏତେମାତ୍ରାରେ ଅସୁବିଧାରେ ଥିଲେ ମଧ୍ୟ ଅନଭିଜ୍ଞ ଯୁବ ଖେଳାଳିଙ୍କ ଭରଷାରେ ଖେଳୁଛି । ଯୁବ ଖେଳାଳି ସ୍ବପ୍ନରେ ସୁଦ୍ଧା ଭାବି ନଥିବେ ଯେ ଏପରି ମାହୋଲରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ । ଅଷ୍ଟ୍ରେଲିଆ ସହିତ ବର୍ତ୍ତମାନ କୌଣସି ଅସୁବିଧା ନାହିଁ, ସବୁ ଖେଳାଳି ଫିଟ୍ ଅଛନ୍ତି । ତଥାପି କମ ଅଭିଜ୍ଞସଂପନ୍ନ ଭାରତୀୟ ଟିମ ଭଲ ପ୍ରଦର୍ଶନ କରିଛି । ଫଳରେ ଅଧା ଭାରତୀୟ ଟିମ ସଂପୂର୍ଣ୍ଣ ଫିଟ୍ ଅଷ୍ଟ୍ରେଲିଆ ଠାରୁ ଶକ୍ତିଶାଳୀ ।

ଆଡିଲେଡ ଟେଷ୍ଟରେ ପ୍ରଥମେ ମହମ୍ମଦ ସାମିଙ୍କୁ ସ୍କ୍ବାଡରୁ ହରାଇଥିଲା ଭାରତ । ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିଲା । ମେଲବର୍ଣ୍ଣ ଟେଷ୍ଟରେ ଉମେଶ ଯାଦବ ମଧ୍ୟ ଆହତ ହୋଇଗଲେ ଓ ବାଦ ପଡିଲେ । ସିଡନୀ ଟେଷ୍ଟ ପୂର୍ବରୁ କେଏଲ ରାହୁଲ ଆହତ ହୋଇ ବାଦ ପଡିଲେ । ପରେ ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ମଧ୍ୟ ବାହାର ହୋଇଗଲେ । ଅନ୍ତିମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଖେଳିଲେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details