ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଓନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ନିଜ ପସନ୍ଦର କ୍ୟାପଟେନ ଓ ବ୍ୟାଟିଂ ପାର୍ଟନରଙ୍କ ନାମ ଖୁଲାସା କରିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କୁ ସେ ତାଙ୍କର ପସନ୍ଦର କ୍ୟାପଟେନ ବାଛିଛନ୍ତି । ବ୍ୟାଟିଂ ପାର୍ଟନର ଭାବେ ଅନ୍ୟତମ ଓପନର ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ସହ ଇନଷ୍ଟାଗ୍ରାମ ଚାଟରେ ଏହା କହିଛନ୍ତି ଧାୱନ ।
ଧାୱନ କହିଛନ୍ତି ସେ କେବଳ ଧୋନି ଓ କୋହଲିଙ୍କ ଅଧିନାୟତ୍ବରେ ଟିମ ଇଣ୍ଡିଆରେ ଖେଳିଛନ୍ତି । ସେଥିପାଇଁ ଧୋନିଙ୍କୁ ଚୟନ କରିଛନ୍ତି । ତେବେ ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲି ବର୍ତ୍ତମାନ ଭାରତୀୟ ଦଳ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରହିଛନ୍ତି ।