ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ରତିଯୋଗୀତା ମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଦିଲ୍ଲୀ ପକ୍ଷରୁ ଖେଳିବେ ଇଶାନ୍ତ । ସେହିପରି ଶିଖର ଧାୱନ ଦିଲ୍ଲୀ ଟିମର ଅଧିନାୟକତ୍ବ ଭାର ସମ୍ଭାଳିବେ ।
ଇଣ୍ଡିଆନ ପ୍ରିମିୟର ଲିଗର ଏକ ମ୍ୟାଚରେ ଇଶାନ୍ତ ଆହତ ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଥିଲେ । ତେବେ ଇଶାନ୍ତ ସମସ୍ତ ମ୍ୟାଚ ପାଇଁ ଉପଲବ୍ଧ ହେବେନାହିଁ ବୋଲି ଜଣାପଡିଛି । ଅନ୍ୟପଟେ ଧାୱନ ଅଷ୍ଟ୍ରେଲିଆ ବିପକ୍ଷ ଟି-2- ସିରିଜରେ ଖେଳିଥିଲେ ଓ ଅର୍ଦ୍ଧଶତକ ହାସଲ କରିଥିଲେ ।