ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ନିଜର ଦୃଢ ଓ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ନେଇ ଖୁଲାସା କରିଛନ୍ତି । ରାମାୟଣର ଚରିତ୍ର 'ଅଙ୍ଗଦ' ଙ୍କ ଠାରୁ ସଂକଳର ସହ ବ୍ୟାଟିଂ ପ୍ରେରଣା ପାଇଥିବା କହିଛନ୍ତି ବିସ୍ପୋରକ ସେହ୍ବାଗ ।
ଫର୍ମାଟ ଯାହା ବି ହେଉ, ମ୍ୟାଚର ପରିସ୍ଥିତି ଯାହା ବି ଥାଉ, ସର୍ବଦା ଆକ୍ରମଣାତ୍ମକ ରଣନୀତି ସହ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି ବିରୁ । ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୁମ ପ୍ରହାର କରିବା ସହ ଭାରତୀୟ ସ୍କୋର ବୋର୍ଡକୁ ଦ୍ରୁତ ଗତିରେ ଆଗେଇ ନେବାର ଦେଖାଯାଇଛି ।