ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆରେ ଭାରତ ଖେଳିବ ପିଙ୍କ୍ ବଲ ଟେଷ୍ଟ ! - ଗୋଲାପି ବଲ ଟେଷ୍ଟ

ଶୁକ୍ରବାରଠୁ ବାଂଲାଦେଶ ଏବଂ ଭାରତ ମଧ୍ୟରେ କୋଲକାତାରେ ପିଙ୍କ୍ ବଲ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ତେବେ ଏହି ମ୍ୟାଚ ପରେ ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ଶେନ ୱାର୍ନ ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ଦିବା-ରାତ୍ର ମ୍ୟାଚ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ...

ଅଷ୍ଟ୍ରେଲିଆରେ ବି ପିଙ୍କ ବଲ ଟେଷ୍ଟ!

By

Published : Nov 24, 2019, 3:59 AM IST

ହାଇଦ୍ରାବାଦ: ଭାରତରେ ଦିବା-ରାତ୍ର ଟେଷ୍ଟ ମ୍ୟାଚ ପରେ ଏବେ ଅଷ୍ଟ୍ରେଲିଆରେ ଭାରତ ପିଙ୍କ୍ ଟେଷ୍ଟ ମ୍ୟାଚ ଖେଳିବା ନେଇ ଆଶା ପୋଷଣ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ଶେନ ୱାର୍ନ । ଆସନ୍ତା ବର୍ଷ ବିରାଟ ବାହିନୀ ଅଷ୍ଟ୍ରେଲିଆରେ ମ୍ୟାଚ ଖେଳିବା ନେଇ ଆଶା କରିଛନ୍ତି ସେ । ଭାରତ ବନାମ ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି । ଉଭୟ ଟିମ ପ୍ରଥମ ଥର ପାଇଁ ଗୋଲାପି ବଲରେ ଖେଳୁଛନ୍ତି । ଏହି ଦିବା-ରାତ୍ର ମ୍ୟାଚ ପାଇଁ ୱାର୍ନ କୋହଲି ଓ ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଷ୍ଟ୍ରେଲିଆରେ ବି ପିଙ୍କ ବଲ ଟେଷ୍ଟ!

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ବିଟର ଜବାବ ଦେଇ ୱାର୍ନ ଲେଖିଛନ୍ତି ଯେ, ‘ଆପଣଙ୍କୁ ଓ କୋହଲିଙ୍କୁ ଦିବା-ରାତ୍ର ଟେଷ୍ଟ ଖେଳିବା ପାଇଁ ରାଜି ହୋଇଥିବାରୁ ଅନେକ ଶୁଭେଚ୍ଛା । ମୁଁ ଆଶା କରୁଛି ଯେ ଏଡିଲେଡରେ ପୁଣି ଥରେ ଟିମ ଦିବା-ରାତ୍ର ଟେଷ୍ଟ ଖେଳିବ । ଏହା ଖୁବ ଶାନଦାର ହେବ ।’

ଅଷ୍ଟ୍ରେଲିଆରେ ବି ପିଙ୍କ ବଲ ଟେଷ୍ଟ!

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଭନ କହିଛନ୍ତି ଯେ, ‘ସାବାସ ସୌରଭ । ଆଶା କରୁଛି ଯେ ଆସନ୍ତା ଶୀତରେ ଅଷ୍ଟ୍ରେଲିଆରେ ମଧ୍ୟ ଦିବା-ରାତ୍ର ମ୍ୟାଚ ଖେଳିବ ଭାରତୀୟ ଟିମ’ । ଆସନ୍ତା ବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଟିମ । ଯେଉଥିରେ 4 ମ୍ୟାଚ ବିଷିଷ୍ଟ ସିରିଜ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details