ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ପ୍ରେମୀଙ୍କ ଟିଭି ଭଙ୍ଗା ପ୍ରକୃତି ସାରା ବିଶ୍ବରେ ଚର୍ଚ୍ଚିତ । ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନର ପରାଜୟ ସହ୍ୟ ନ କରିପାରି ଟିଭି ଭାଙ୍ଗି ପକାନ୍ତି ଦେଶର କ୍ରିକେଟ ପ୍ରେମୀ । ମାତ୍ର ଏଥର ସାମ୍ନାକୁ ଆସିଥିବା ଟିଭି ଭଙ୍ଗା ଘଟଣା କୌଣସି ପାକିସ୍ତାନ କ୍ରିକେଟ ପ୍ରେମୀଙ୍କର ନୁହେଁ, ବରଂ ଏହା ଜଣେ ପାକିସ୍ତାନ କ୍ରିକେଟର କାଣ୍ଡ ।
ଝିଅର 'ଆଳତୀ' ଦେଖି ଟିଭି ଭାଙ୍ଗିଥିଲେ ଆଫ୍ରିଦି - Shahid Afridi broked TV
ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି କହୁଛନ୍ତି ଟିଭି ଭଙ୍ଗା ଘଟଣା । ଘଟଣାଟି ବହୁତ ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି କ୍ରିକେଟର ଜଣଙ୍କ ପାକିସ୍ତାନର ଚର୍ଚ୍ଚିଚ ଚେହେରା ତଥା ଦଳର ପୂର୍ବତନ ଅଧିନାୟକ ଶାହିଦ୍ ଆଫ୍ରିଦି । ଆଉ ଆଫ୍ରିଦିଙ୍କ ଟିଭି ଭଙ୍ଗାର କାରଣ ହେଉଛି ତାଙ୍କ ଝିଅର 'ଆଳତୀ' । ତେବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି କହୁଛନ୍ତି ଟିଭି ଭଙ୍ଗା ଘଟଣା । ଘଟଣାଟି ବହୁତ ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଆଫ୍ରିଦି କହୁଛନ୍ତି, "ମୋ ଝିଅ ଭାରତୀୟ ଟିଭି ସୋ ର ଜଣେ ବଡ ଫ୍ୟାନ । ଗୋଟେ ଦିନ ସେ ଏକ ଟିଭି ସିରିଏଲ ଦେଖିବା ସମୟରେ ବହୁତ ଭାବବିହ୍ବଳ ହୋଇ ଆଳତୀ ଥାଳି ଧରି ପୂଜା କରୁଥିଲେ । ଯାହାକୁ ଦେଖି ମୋତେ ଭୀଷଣ ରାଗ ଆସିଥିଲା । ଫଳରେ ମୁଁ ଟିଭିକୁ ଏକ ଧକ୍କା ଦେଇ ଭାଙ୍ଗି ଦେଇଥିଲି । "