ଓଡିଶା

odisha

'ମାହି ଭାଇ କହିଲେ, ଯାହା ତୁ କରିବୁ ବେଷ୍ଟ କରିବୁ'

By

Published : Oct 25, 2019, 10:46 AM IST

ଶାହବାଜ ନଦିମଙ୍କୁ 15ବର୍ଷ ପରେ ନିଜର ଘରୋଇ ଗ୍ରାଉଣ୍ଡ ରାଞ୍ଚିରେ ନିଜର ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାର ସୁଯୋଗ ମିଳିଲା । ଏହାପରେ ନଦିମଙ୍କୁ ମାହି କହିଥିଲେ ଯାହା ତୁ କରୁଛୁ ତାହା ବେଷ୍ଟ ଓ ଆଉ ଯାହା କରିବୁ ବେଷ୍ଟ ହିଁ କରିବୁ ।

shahbaz nadeem

ନୂଆଦିଲ୍ଲୀ: ଦ.ଆଫ୍ରିକା ବିପକ୍ଷରେ ଝାଡଖଣ୍ଡ ରାଜ୍ୟ କ୍ରିକେଟ ସଂଘ(ଜେଏସସିଏ) ଗ୍ରାଉଣ୍ଡରେ ନିଜର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ ଶାହବାଜ ନଦିମ । ଏହି ମ୍ୟାଚରେ 4ଟି ଓ୍ବିକେଟ ମଧ୍ୟ ହାସଲ କରିଥିଲେ । ତେବେ ମ୍ୟାଚ ପରେ ଧୋନିଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା ।

ନଦିମ ମ୍ୟାଚ ପରେ ଧୋନିଙ୍କ ପାଖକୁ ଯାଇ ନିଜର ବୋଲିଂ ସମ୍ପର୍କରେ ପଚାରିଥିଲେ । ଏନେଇ ନଦିମ କହିଛନ୍ତି ଯେ, ମାହି ଭାଇଙ୍କ ପାଖକୁ ଯାଇ ପଚାରିଥିଲି ମୋ ବୋଲିଂ କିପରି ଥିଲା । ସେ କହିଥିଲେ ବୋଲିଂ ଭଲ ଥିଲା । ଯେପରି ବୋଲିଂ କରିବାର ଥିଲା ସେପରି କରିଛ । ତମେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଛ, ତମ ପାଖରେ ଅନୁଭବ ଅଛି । ତମକୁ କିଛି ଅଲଗା କରିବା ଦରକାର ନାହିଁ,ଯାହା ତମେ କରୁଛ ତାହା ବେଷ୍ଟ ।

ଟେଷ୍ଟ ଡେବ୍ୟୁ ମ୍ୟାଚjରେ ନଦିମଙ୍କ ଓ୍ବିକେଟ ହାସଲ

ଧୋନିଙ୍କ ନେତୃତ୍ବରେ ନଦିମ ଘରୋଇ କ୍ରିକେଟ ଖେଳିଛନ୍ତି । ଘରୋଇ କ୍ରିକେଟରେ ଧୋନିଙ୍କ ଠାରୁ ସବୁବେଳେ ଶିଖିବାକୁ ଚେଷ୍ଟା କରିଛି ।


ନଦିମ ଭାରତୀୟ ଟିମ ପକ୍ଷରୁ 3ୟ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି । ମ୍ୟାଚର ଦିନକ ପୂର୍ବରୁ ହଠାତ୍‌ ଟିମରେ ସାମିଲ କରାଯାଇଥିଲା । ଏପରି ଉପହାର ମିଳିବ ବୋଲି ସେ ଆଶା କରିନଥିବା କହିଛନ୍ତି ନଦିମ ।

ତେବେ ଟିମର କୋଚ ରବିଶାସ୍ତ୍ରୀ ତାଙ୍କୁ ଚାପମୁକ୍ତ ହୋଇ ଖେଳିବାକୁ ପରାମର୍ଶ ଦେଇଥିଲେ । ନଦିମ କୋଚଙ୍କ ସମ୍ବନ୍ଧରେ କହିଛନ୍ତି ଯେ, ରବି ଭାଇ ଓ୍ବାର୍ମଅଫ୍‌ ସମୟରେ ମତେ କହିଥିଲେ ତମେ ଏତେ ବର୍ଷ ହେଲା ଘରୋଇ କ୍ରିକେଟ ଖେଳୁଛ । ଏବେ ସୁଯୋଗ ମିଳିଛି ଚାପମୁକ୍ତ ହୋଇ ଖେଳ ।

ABOUT THE AUTHOR

...view details