ଓଡିଶା

odisha

By

Published : Mar 23, 2021, 4:47 PM IST

ETV Bharat / sports

ଆଇସିସି ମାନ୍ୟତା: ବ୍ୟାଟିଂ ତାଲିକାର ଶୀର୍ଷରେ ଶେଫାଳି

ଆଇସିସି ମହିଳା ଟି20 ମାନ୍ୟତାର ଶୀର୍ଷ ସ୍ଥାନରେ ଯୁବ ଭାରତୀୟ ଓପନର ଶେଫାଳି ବର୍ମା । ଅଧିକ ପଢନ୍ତୁ...

Shafali Verma reclaims number one spot in ICC Women's T20I Rankings
ଆଇସିସି ମାନ୍ୟତା: ବ୍ୟାଟିଂ ତାଲିକାର ଶୀର୍ଷରେ ଶେଫାଳି

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଟି20 ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଯୁବ ଭାରତୀୟ ଓପନର ଶେଫାଳି ବର୍ମା ଶୀର୍ଷ ସ୍ଥାନରେ ରହିଛନ୍ତି । ଲକ୍ଷ୍ନୌରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦମଦାର ଫର୍ମରେ ରହିଛନ୍ତି ଶେଫାଳି ।

ଶେଫାଳି ବର୍ମା

ଗତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଆଇସିସି ମହିଳା ଟି20 ବିଶ୍ବକପରେ ଭାରତକୁ ଫାଇନାଲରେ ପହଞ୍ଚାଇବା ପରେ, 17 ବର୍ଷୀୟା ବିସ୍ଫୋରକ ବ୍ୟାଟିଂ ଷ୍ଟାର ପ୍ରଥମ ଥର ପାଇଁ ନମ୍ବର 1 ସ୍ଥାନ ହାସଲ କରିଥିଲେ ।

ଶେଫାଳି 750 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । 748 ପଏଣ୍ଟ ସହ ବେଥ ମୁନି ଓ 716 ପଏଣ୍ଟ ସହ ସୋଫି ଡେଭିନ ତୃତୀୟ ସ୍ଥନାରେ ରହିଛନ୍ତି । ଅନ୍ୟତମ ଭାରତୀୟ ଓପନର ସ୍ମୃତି ମାନ୍ଧାନା 677 ପଏଣ୍ଟ ସହ ସପ୍ତମ ଓ ଜେମିମ୍ମା ରୋଡ୍ରିଗ୍ୟୁସ 640 ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details