ଲଣ୍ଡନ:ଇଂଲଣ୍ଡ ଅଲ-ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଅଭିମୁଖେ ଉଡାଣ ଭରିଛନ୍ତି । ଇଂଲଣ୍ଡ ଟିମ ଭାରତ ଗସ୍ତରେ ଆସି 4ଟି ଟେଷ୍ଟ, 5ଟି ଟି20 ଓ 3ଟି ଦିନିକିଆ ମ୍ୟାଚ ଖେଳିବ । ଟେଷ୍ଟ ସିରିଜ ଫେବୃଆରୀ 5ରୁ ଆରମ୍ଭ ହେବ ।
ରବିବାର ଷ୍ଟୋକ୍ସ ବିମାନ ଭିତରେ ବସିଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିଲେ ଲେଖିଛନ୍ତି "ସି ୟୁ ସୁନ୍ ଇଣ୍ଡିଆ" ।
ଜୋ ରୁଟଙ୍କ ନେତୃତ୍ବରେ ଇଂଲଣ୍ଡ ଟିମ ବର୍ତ୍ତମାନ ଶ୍ରୀଲଙ୍କାରେ ରହିଛି । ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜ ଜାରି ରହିଛି ।