ସିଡନୀ:ଭାରତୀୟ କାମଚଳା ଟେଷ୍ଟ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ସୋମବାର ବର୍ଣ୍ଣବୈଷମ୍ୟ ବା ଜାତିଆଣ ଆକ୍ଷେପ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି । ମହମ୍ମଦ ସିରାଜଙ୍କ ସହ ତୃତୀୟ ଟେଷ୍ଟର ତୃତୀୟ ଦିନ ଓ 4ର୍ଥ ଦିନରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ । ଏହା ଆଦୌ ଗ୍ରହଣୀୟ ନୁହେଁ ଓ ବିଶ୍ବର କୌଣସି ସ୍ଥାନରେ ଘଟିବା ଉଚିତ ନୁହେଁ ।
ସିଡନୀ କ୍ରିକଟ ଗ୍ରାଉଣ୍ଡରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ପ୍ରତି ଅଷ୍ଟ୍ରେଲୀୟ ଦର୍ଶକ ଜାତିଆଣ ଅକ୍ଷେପ ସହ ଅପଶବ୍ଦ ପ୍ରୟୋଗ କରିଥିଲେ । ଏନେଇ ଶନିବାର ଔପଚାରିକ ଭାବେ ଭାରତୀୟ ଟିମ ଅଭିଯୋଗ କରିଥିଲା । ରାହାଣେ କହିଛନ୍ତି ଦର୍ଶକଙ୍କ ବ୍ୟବହାରରେ ଭାରତୀୟ ଟିମ ଅତିଷ୍ଠ ।