ଗାନ୍ଧୀନଗର: ମହାମାରୀ କୋରୋନା ଭାଇରସର ମୁକାବିଲା ଜାରି ରହିଛି ସମସ୍ତ ସରକାରୀ ପ୍ରୟାସ । ଏହି ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏଭଳି କଠିନ ପରିସ୍ଥିତିର ମୁକାବିଲା ପାଇଁ ଦେଶର ବିଭିନ୍ନ ସଂଗଠନ, କ୍ରୀଡାବିତ, କଳାକାର ମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ।
କୋରୋନା ସହାୟତା: ସୌରାଷ୍ଟ୍ର କ୍ରିକେଟ ଆସୋସିଏନ ଦେଲା 42 ଲକ୍ଷ - ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍
ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍କୁ 21ଲକ୍ଷ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍କୁ 21 ଲକ୍ଷ, ମୋଟ 42 ଲକ୍ଷ ଟଙ୍କା ପ୍ରଦାନ କରିଛି ।
କୋରୋନା ସହାୟତା: ସୌରାଷ୍ଟ୍ର କ୍ରିକେଟ ଆସୋସିଏନ ଦେଲା 42 ଲକ୍ଷ
ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ 42 ଲକ୍ଷ ଟଙ୍କା ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍କୁ 21ଲକ୍ଷ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ 21 ଲକ୍ଷ ଟଙ୍କା ଦେଇଥିବା କହିଥିବା ଏସସିଏ ପକ୍ଷରୁ କୁହାଯାଇଛି ।
ସଭାପତି ଜୟ ଶାହ ଓ ସମ୍ପାଦକ ହିମାଂଶୁ ଶାହ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଆପେକ୍ସ କାଉନସିଲ ସଦସ୍ୟଙ୍କ ତରଫରୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ଏଥିସହିତ ସମସ୍ତ ଭାରତୀୟଙ୍କୁ ଘରେ ରହିବାକୁ ବିସିସିଆଇ ସମ୍ପାଦକ ଜୟ ଶାହ ଅପିଲ୍ କରିଛନ୍ତି ।