ହାଇଦ୍ରାବାଦ: କ୍ରିକେଟ ଆଉ ଫିଟ୍ନେସ୍, ପରସ୍ପର ଅନୁପୁରକ । ଆପଣ ଅନଫିଟ୍ ରହିଲେ କେବେ କ୍ରିକେଟ ଖେଳି ପାରିବେ ନାହିଁ । ଯଦି ଉପରୋକ୍ତ କଥାଟି ସତ, ତେବେ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତ୍ର କହିଥିବା କଥା ଏକଦମ ଠିକ୍ । ତେଣୁ ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ କ୍ରିକେଟ ପାଇଁ ଅନଫିଟ୍ ।
ବି.ଦ୍ର.-ଆମେ ଏଠାରେ କାହା ଉପରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହୁଁ । କେବଳ କ୍ରିକେଟରଙ୍କ ବୟାନକୁ ନେଇ ତର୍ଜମା କରୁଛୁ ।
ବିଶ୍ବକପର 2ୟ ମ୍ୟାଚରେ 1975 ବିଶ୍ବକପ ଚମ୍ପିଆନ ୱେଷ୍ଟଇଣ୍ଡିଜକୁ ଭେଟିଥିଲା ପାକିସ୍ତାନ । ମ୍ୟାଚରେ ଲଜ୍ଜ୍ୟାଜନକ ସ୍କୋର କରିବା ସହିତ ପରାସ୍ତ ମଧ୍ୟ ହୋଇଥିଲା ଭାରତର ଚିର ପ୍ରତିଦ୍ବନ୍ଦୀ ପାକ୍ ଦଳ । 21.4 ଓଭରରେ ମାତ୍ର 105ରନ କରିଥିଲା ଦଳ । ମ୍ୟାଚରେ ସରଫରାଜ 12ଟି ବଲ ଖେଳି ମାତ୍ର 8ରନ କରିପାରିଥିଲେ । ଏହା ଥିଲା ବିଶ୍ବକପରେ ପାକିସ୍ତାନର 2ୟ ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ 1992 ବିଶ୍ବକପରେ 74ରନରେ ଅଲଆଉଟ ହୋଇଯାଇଥିଲା ଦଳ । ତେବେ ଦଳର ଏହି ଶୋଚନୀୟ ପରିସ୍ଥିତି ପରେ ସୋଏବ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପେଟୁଆ ଓ ଅନଫିଟ୍ କହିଥିଲେ ।
ସୋଏବ ଏକ ଭିଡିଓ ସେୟାର କରି କହିଥିଲେ " ସରଫରାଜ ଟସ ପାଇଁ ଆସିବା ବେଳେ ତାଙ୍କର ଏତେ ବଡ ପେଟ, ଏତେ ମୋଟା ଚେହେରା ଦେଖି ମତେ ଲାଗିଲା ଯେ ସେ ହେଉଛନ୍ତି ବିଶ୍ବର ସବୁଠାରୁ ଅନିଫିଟ ଅଧିନାୟକ । ସେ ୱିକେଟ କିପିଙ୍ଗ କଲାବେଳେ ମଧ୍ୟ ସଂଘର୍ଷ କରୁଥିବା ଦେଖିବାକୁ ମିଳେ । "