ହାଇଦ୍ରାବାଦ:ଆଇପିଏଲ 2020ରେ ଧମାକାଦାର ଆରମ୍ଭ କରିଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟିମର ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି । ଏଥିସହିତ ନିଆରା କୀର୍ତ୍ତିମାନ ରଚିଛନ୍ତି ସାମସନ ।
ନିଜ ରେକର୍ଡ ଭାଙ୍ଗିଲେ ସାମସନ, IPL ଇତିହାସରେ ଷଷ୍ଠ ଦ୍ରୁତତମ ଅର୍ଦ୍ଧଶତକ - ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ
19 ବଲରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି ସଞ୍ଜୁ ସାମସନ । ଆଇପିଏଲ ଇତିହାସରେ ଏହା ଷଷ୍ଠ ଦ୍ରୁତତମ ଅର୍ଦ୍ଧଶତକ ।
![ନିଜ ରେକର୍ଡ ଭାଙ୍ଗିଲେ ସାମସନ, IPL ଇତିହାସରେ ଷଷ୍ଠ ଦ୍ରୁତତମ ଅର୍ଦ୍ଧଶତକ IPL 2020: Sanju Samson shows his class with 19-ball 50 vs CSK](https://etvbharatimages.akamaized.net/etvbharat/prod-images/768-512-8894048-thumbnail-3x2-wc.jpg)
ମାତ୍ର 19 ବଲରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି ସାମସନ । ଆଇପିଏଲ ଇତିହାସରେ ଏହା ଷଷ୍ଠ ଦ୍ରୁତତମ ଅର୍ଦ୍ଧଶତକ । ପୂର୍ବରୁ 2017 ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବାବେଳେ, ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ, ଗୁଜୁରାଟ ଲାୟନ୍ସ ବିପକ୍ଷରେ 24 ବଲରୁ 50 ରନ ପୁରା କରିଥିଲେ ସାମସନ । ଫଳରେ ଚଳିତ ଆଇପିଏଲରେ ନିଜର ରେକର୍ଡ ନିଜେ ଭଙ୍ଗ କରିଛନ୍ତି ସାମସନ ।
ସାରଜା କ୍ରିକେଟ ଷ୍ଟାଡିୟମରେ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ସୁପର ଶୋ ଦେଖିବାକୁ ପାଇଛନ୍ତି ଦର୍ଶକ । ଫଳେ ସିଏସକେ ସାମ୍ନାରେ 217 ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିପାରିଛି ରାଜସ୍ଥାନ ରୟାଲ୍ସ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ