ହାଇଦ୍ରାବାଦ: ଭାରତୀୟ ଟିମର ଯୁବ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍ ୟୋୟୋ ଟେଷ୍ଟ ପାସ୍ କରିଛନ୍ତି । ଏହାର ସୂଚନା ସୋସିଆଲ ମିଡିଆରେ ଖୋଦ୍ ଦେଇଛନ୍ତି ସଞ୍ଜୁ । ତେବେ ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ଫିଟନେସ ଟେଷ୍ଟ ପାସ୍ କରିବା ଟିମ ଇଣ୍ଡିଆ ପାଇଁ ଶୁଭ ଖବର ।
ଭାରତ-ଇଂଲଣ୍ଡ ମଧ୍ୟରେ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜ 12ମାର୍ଚ୍ଚରୁ ଆରମ୍ଭ ହେବ ।