ଓଡିଶା

odisha

By

Published : May 1, 2020, 12:15 AM IST

ETV Bharat / sports

ପାକିସ୍ତାନ କ୍ରିକେଟର ଆମ୍ବାସଡର, ମହାନ ସନା ମୀର: ବିଶମାହ ମାରୁଫ

ନିକଟରେ ଅବସର ନେଇଥିବା ସନା ମୀରଙ୍କୁ ନେଇ, ପାକିସ୍ତାନ ମହିଳା କ୍ରିକେଟ ଟିମର କ୍ୟାପଟେନ ବିଶମାହ ମାରୁଫଙ୍କ ବଡ ବୟାନ । ବିଶମାହ କହିଛନ୍ତି, ପାକିସ୍ତାନ କ୍ରିକେଟର ଆମ୍ବାସଡର ମହାନ ସନା ମୀର । ଅଧିକ ପଢ଼ନ୍ତୁ...

Sana Mir, legend, ambassador of pakistan cricket: Bismah Maroof
ପାକିସ୍ତାନ କ୍ରିକେଟର ଆମ୍ବାସଡର, ମହାନ ସାନା ମୀର: ବିଶମାହ ମାରୁଫ

ଲାହୋର: ନିକଟରେ ଅବସର ନେଇଥିବା ସନା ମୀରଙ୍କୁ ନେଇ ପାକିସ୍ତାନ ମହିଳା କ୍ରିକେଟ ଟିମର କ୍ୟାପଟେନ ବିଶମାହ ମାରୁଫଙ୍କ ବଡ ବୟାନ । ପାକିସ୍ତାନ କ୍ରିକେଟର ଆମ୍ବାସଡର ମହାନ ସନା ମୀର । ଏକ ଭିଡିଓ ସାମ୍ବାଦିକ ସମ୍ମଳନୀରେ ଏହା କହିଛନ୍ତି ବିଶମାହ ।

ବିଶ୍ବରେ ମହିଳା କ୍ରିକେଟର ଗ୍ରହଣୀୟତା ନେଇ ସନାଙ୍କ ବଡ ଯୋଗଦାନ ରହିଛି । ପାକିସ୍ତାନର ଅନେକ ମହିଳା କ୍ରିକେଟର, ସନାଙ୍କ କ୍ରିକେଟ ପ୍ରତି ପ୍ରତିବଦ୍ଧତାରୁ ପ୍ରେରଣା ଲାଭ କରିଥିବା ବିଶମାହ କହିଛନ୍ତି ।

ଏପ୍ରିଲ 25ରେ ସନା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଫଳରେ ଦୀର୍ଘ 15 ବର୍ଷର ଦମଦାର କ୍ରିକେଟ କ୍ୟାରିୟର ଅନ୍ତ ଘଟିଥିଲା । ପାକିସ୍ତାନ ପାଇଁ 226ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଭେଟେରାନ ସନା । ସେଥିମଧ୍ୟରୁ 137ଟି ମ୍ୟାଚରେ ବର୍ଷ 2009ରୁ 2017 ପର୍ଯ୍ୟନ୍ତ ପାକିସ୍ତାନର କ୍ୟାପଟେନ ରହିଛନ୍ତି ।

ABOUT THE AUTHOR

...view details