ହାଇଦ୍ରାବାଦ: ବିଶ୍ବକପରୁ ଏବେ ବାଦ ପଡିଛନ୍ତି ଭାରତୀୟ ଓପନର ଶିଖର ଧୱନ । ଆହତ ସମସ୍ୟା କାରଣରୁ ବିସିସିଆଇ ଧୱନଙ୍କୁ ବିଶ୍ରାମ ଦେଇଛି । ସେପଟେ ଶିଖରଙ୍କ ବିକଳ୍ପ ଭାବେ ଟିମରେ ସାମିଲ ହୋଇଛନ୍ତି 22 ବର୍ଷୀୟ ଯୁବ ଖେଳାଳି ଋଷଭ ପନ୍ତ । ତବେ ଗୁରୁବାର ଉଭୟ ଖେଳାଳିଙ୍କ ପାଇଁ ଶୁଭେଚ୍ଛା ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।
ଟ୍ୱିଟ କରି ସଚିନ ଲେଖିଛନ୍ତି, ‘ତୁମ ପାଇଁ ମୁଁ ଦୁଃଖିତ ଶିଖର । ତୁମ ଖୁବ ଭଲ ପ୍ରଦର୍ଶନ କରୁଥିଲ । ଆଉ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମଝିରେ ଆହତ ହେବା ନିଶ୍ଚିତ ଏକ ଦୁଃଖର ବିଷୟ । ମୁଁ ଜାଣେ ଯେ ତୁମ ଖୁବ ଶୀଘ୍ର ଫରିବ ଆଉ ଆଗ ଅପେକ୍ଷା ଆହୁରି ଶକ୍ତିଶାଳୀ ହୋଇ ଫେରିବ । ଋଷଭ ତୁମେ ଭଲ ଖେଳୁଛ । ଆଉ ନିଜ ପ୍ରତିଭାକୁ ପ୍ରାମଣିତ କରିବା ପାଇଁ ଏହା ଠାରୁ ଭଲ ସୁଯୋଗ ତୁମକୁ ମିଳିବ ନାହିଁ । ଗୁଡ୍ ଲକ ।’