ହାଇଦ୍ରାବାଦ: ପ୍ରଥମଥର ପାଇଁ ଭାରତରେ ଆୟୋଜିତ ହେବ ଦିବା-ରାତ୍ର ଟେଷ୍ଟ ମ୍ୟାଚ। ଏନେଇ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକଲର ଭଲ ପଦକ୍ଷେପ କହିବା ସହ କାକର ମ୍ୟାଚକୁ ପ୍ରଭାବିତ କରିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି।
'ଦିବା-ରାତ୍ର ଟେଷ୍ଟରେ କାକର ସୃଷ୍ଟି କରିପାରେ ବାଧା'
ପ୍ରଥମଥର ପାଇଁ ଇଡେନ ଗାର୍ଡନରେ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଯାଉଛି ଦିବା-ରାତ୍ର ଟେଷ୍ଟ ମ୍ୟାଚ। ତେବେ ଏହି ନୂଆ ପଦକ୍ଷେପକୁ ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର ପ୍ରତିକ୍ରିୟା ରଖିଛନ୍ତି।
cricket
ଏନେଇ ସେ କହିଛନ୍ତି ଯେ, ଫ୍ଲଡ ଲାଇଟ୍ରେ ଟେଷ୍ଟ ମ୍ୟାଚ ଖେଳାଯିବା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିବ । କିନ୍ତୁ ଉପମହାଦେଶୀୟ ଜଳବାୟୁ ଅନୁସାରେ ରାତିରେ କାକର ପଡିବ। ଫଳରେ ବଲ୍ ଥରେ ଓଦା ହେଲେ ପେସ୍ ବୋଲର ଏହାର ଲାଭ ଉଠାଇ ପାରିବେ ନାହିଁ। ଇଡେନ ଗାର୍ଡନରେ ମ୍ୟାଚ ବେଳେ କାକର ପ୍ରତି ଧ୍ୟାନ ରଖିବାକୁ ପଡିବ । ତେବେ ଦିବା-ରାତ୍ର ଟେଷ୍ଟ ଦର୍ଶକଙ୍କ ମନରେ ଉତ୍ସାହ ଆଣିବା ସହ ଲୋକପ୍ରିୟତା ବୃଦ୍ଧି କରିବ।