ଓଡିଶା

odisha

ETV Bharat / sports

ବଦଳିଲା ସୁପର ଓଭର ନିୟମ, ସ୍ବାଗତ କଲେ ସଚିନ - ସ୍ବାଗତ କଲେ ସଚିନ

ଆଇସିସି ସୁପର ଓଭର ନିୟମ ବଦଳାଇବାକୁ ସ୍ବାଗତ କଲେ ସଚିନ ତେନ୍ଦୁଲକର । ଏହି ନିୟମ ପୂର୍ବରୁ ଲାଗୁ ହେବା ଜରୁରୀ ଥିଲା କହିଲେ ସଚିନ । ଅଧିକ ପଢ଼ନ୍ତୁ...

ICCର ନୂଆ ନିୟମକୁ ସଚିନଙ୍କ ସ୍ବାଗତ

By

Published : Oct 16, 2019, 8:14 PM IST


ହାଇଦ୍ରାବାଦ: ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ଆଇସିସି (International Cricket Council) ସୁପର ଓଭର ନିୟମ ବଦଳାଇବାକୁ ସ୍ବାଗତ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସଚିନ ପ୍ରଥମେ ଏନେଇ ପରାମର୍ଶ ଦେଇଥିଲେ ଯେ ବିଶ୍ବକପ ଭଳି ବଡ ଟୁର୍ଣ୍ଣାମେଣ୍ଟର ନକ ଆଉଟ ମ୍ୟାଚରେ ବାଉଣ୍ଡ୍ରୀ ଆଧାରରେ ବିଜେତା ଘୋଷଣା ନକରାଯାଉ ।

ICCର ନୂଆ ନିୟମକୁ ସଚିନଙ୍କ ସ୍ବାଗତ

ସୂଚନା ଯୋଗ୍ୟ ଯେ ଗତ ଜୁଲାଇ ମାସରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ସର୍ବାଧିକ ବାଉଣ୍ଡ୍ରୀ ଆଧାରରେ ଘରୋଇ ଟିମ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । ନିର୍ଦ୍ଧାରିତ 50 ଓଭରରେ ଉଭୟ ସମାନ ରନ କରିବା ପରେ ସୁପର ଓଭର ମ୍ୟାଚ ହୋଇଥିଲା । ସେଥିରେ ମଧ୍ୟ ଉଭୟଙ୍କ ସ୍କୋର ସମାନ ହେବାରୁ ମ୍ୟାଚରେ ସର୍ବାଧିକ ବାଉଣ୍ଡ୍ରୀ ମାରିଥିବା ଟିମ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଗଲା । ଯାହାପରେ ଆଇସିସିର ନିୟମକୁ ନେଇ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରିଥିଲେ ଖେଳାଳି ଓ କ୍ରିକେଟ ଫ୍ୟାନ୍ସ ।

ତେବେ ଦୁବାଇ ଠାରେ ବୋର୍ଡର ବୈଠକ ପରେ ଆଇସିସି ନିଷ୍ପତ୍ତି ନେଇଛି ଯେ ବଡ ଟୁର୍ଣ୍ଣାମେଣ୍ଟ ଗୁଡିକର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଟାଇ ହେବା ପରେ ଯଦି ସୁପର ଓଭରରେ ମଧ୍ୟ ସ୍କୋର ସମାନ ହୁଏ ତେବେ ସୁପର ଓଭର ପୁଣି ଖେଳାଯିବ ଯେତେବେଳ ପର୍ଯ୍ୟନ୍ତ ଅଧିକ ସ୍କୋର ଅଧାରରେ ବିଜେତା ନିର୍ଣ୍ଣୟ ନ ହୋଇଛି ।

ତେବେ ଟ୍ବିଟ କରି ଏହି ପଦକ୍ଷେପକୁ ସ୍ବାଗତ ଜଣାଇଛନ୍ତି, ମହାନ କ୍ରିକେଟର ସଚିନ ତେନ୍ଦୁଲକର । ସଚିନ ଲେଖିଛନ୍ତି ଯେ ‘‘ମୁଁ ଭାବୁଛି ଏହି ନିୟମ ଲାଗୁ କରିବା ଜରୁରୀ ଥିଲା, କାରଣ ଯେତେବେଳେ ଦୁଇଟି ଟିମ ଏକାଭଳି ପ୍ରଦର୍ଶନ କରନ୍ତି ଏହା ସଠିକ ନିଷ୍ପତ୍ତି ନେବାର ସହାୟକ ହେବ’’ ।

14 ଜୁଲାଇ ବିଶ୍ବକପ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସମାନ ସ୍କୋର କରିଥିବା ବେଳେ ଯେହେତୁ ଇଂଲଣ୍ଡ 22ଟି ଚୌକା ଓ 2 ଛକା ମାରିଥିଲା ଓ ନ୍ୟୁଜିଲାଣ୍ଡ 17ଟି ଚଉକା ତେଣୁ ସୁପର ଓଭର ମଧ୍ୟ ଅମିମାଂସିତ ରହିବା ପରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଗଲା ।

ଯାହାର ଦୁଇ ଦିନ ପରେ ସଚିନ ବାଉଣ୍ଡ୍ରୀ ଦ୍ବାରା ବିଜେତା ଘୋଷଣା କରାଯିବା ପରିବର୍ତ୍ତେ, ଦ୍ବିତୀୟ ସୁପର ଓଭର ଖେଳାଯିବା ନେଇ ନିଜର ମତ ରଖିଥିଲେ ।

ତେବେ ଆଇସିସି ନିୟମ ପରିବର୍ତ୍ତନ କରିବାକୁ ସମସ୍ତେ ସ୍ବାଗତ କରିଥିବା ବେଳେ, ପୁରୁଣା ନିୟମର ଶିକାର ହୋଇ ବିଶ୍ବକପ ହରାଇ ଥିବା ନ୍ୟୁଜିଲାଣ୍ଡ ଟିମର ଖେଳାଳି ଜିମ୍ମି ନିସାମ ଓ ପୂର୍ବତନ କୋଚ କ୍ରେଗ ମେକମିଲନ ଉଭୟ ଆସିସିର ବର୍ତ୍ତମାନ ନିଷ୍ପତ୍ତିକୁ ଉପହାସ କରିଥଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details