ମୁମ୍ବାଇ: ଭାରତୀୟ କ୍ରିକେଟକୁ ମାଷ୍ଟର ବ୍ୟାଟ୍ସମ୍ଯାନ ଦେଇଥିବା ଗୁରୁ ରମାକାନ୍ତ ଆଚ୍ରେକରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ । ସଭିଙ୍କ ସମ୍ମାନନୀୟ ତଥା ସଚିନ ତେନ୍ଦୁଲକରଙ୍କ କ୍ରିକେଟ କୋଚ ରମାକାନ୍ତ ସାରଙ୍କ 2019 ଜାନୁୟାରୀ 2ରେ ଦେହାନ୍ତ ହୋଇଥିଲା ।
ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଗୁରୁଙ୍କ ସ୍ମୃତିଚାରଣ କଲେ ସଚିନ - ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର
ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ କ୍ରିକେଟ କୋଚ ରମାକାନ୍ତ ଆଚ୍ରେକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ...
ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ଗୁରୁ ରମାକାନ୍ତ ଆଚ୍ରେକର ସଚିନଙ୍କ ସହ ବିନୋଦ କାମ୍ବଲିଙ୍କୁ ମଧ୍ୟ କ୍ରିକେଟ ପ୍ରଶିକ୍ଷଣ ଦେଇଛନ୍ତି । ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଉଭୟ ଶିଷ୍ୟ ଗୁରୁଙ୍କ ସ୍ମୃତିଚାରଣ କରିଛନ୍ତି । ସଚିନ ନିଜ ଟ୍ବିଟର ପେଜରେ ଏକା ଭାବବିହ୍ବଳ ଟ୍ବିଟ ଗୁରୁଙ୍କ ଉଦ୍ଦେଶ୍ୟରେ ସେୟାର କରିଛନ୍ତି । ଏଥିସହିତ ଏକ ପୁରୁଣା ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଟ୍ବିଟରେ ସଚିନ ଲେଖିଛନ୍ତି ସାରାଜୀବନ ପାଇଁ ହୃଦୟରେ ରହିଥିବ । ତେବେ ସଚିନ ଅନେକ ଥର କ୍ରିକେଟର ABCD ସବୁକିଛି ଗୁରୁ ରମାକାନ୍ତ ସାରଙ୍କ ଠାରୁ ଶିଖିଛନ୍ତି ବୋଲି କହିଛନ୍ତି ।
ବିନୋଦ କାମ୍ୱଲି ମଧ୍ୟ ଗୁରୁ ରମାକାନ୍ତ ଆଚ୍ରେକରଙ୍କ ସହ ଏକ ଫଟୋକୁ ସେୟାର କରିଛନ୍ତି । ଟ୍ବିଟରେ କାମ୍ବଲି ଲେଖିଛନ୍ତି "କେବଳ କ୍ରିକେଟ ନୁହେଁ, ଜୀବନର ପ୍ରକୃତ ଶିକ୍ଷା ଆପଣ ଦେଇଛନ୍ତି" ।