ଓଡିଶା

odisha

ETV Bharat / sports

କୋରୋନା ସହାୟତା: ମୁମ୍ବାଇର 5 ହଜାର ଲୋକଙ୍କୁ ରାସନ ଦେବେ ସଚିନ

ମୁମ୍ବାଇର 5 ହଜାର ଲୋକଙ୍କୁ ଗୋଟିଏ ମାସର ରାସନ ଯୋଗାଇବେ ସଚିନ ତେନ୍ଦୁଲକର । ଏନଜିଓ ସହ ମିଶି କରିବେ ଏହି କାର୍ଯ୍ୟ । ଅଧିକ ପଢ଼ନ୍ତୁ...

By

Published : Apr 10, 2020, 7:23 PM IST

Sachin Tendulkar, Tendulkar to help 5 thousand people, COVID-19 crisis, କୋରୋନା ସହାୟତା, 5 ହଜାର ଲୋକଙ୍କୁ ରାସନ ଦେବେ ସଚିନ, ଧନ୍ୟବାଦ ସଚିନ ତେନ୍ଦୁଲକର
କୋରୋନା ସହାୟତା: ମୁମ୍ବାଇର 5 ହଜାର ଲୋକଙ୍କୁ ରାସନ ଦେବେ ସଚିନ

ମୁମ୍ବାଇ: କ୍ରିକେଟର ଭଗବାନ ହେଉଛନ୍ତି ସଚିନ୍ । ହେଲେ ଅସଲ ଜୀବନରେ ବି ସେ ଜଣେ ମହାନ ବ୍ୟକ୍ତିତ୍ବ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ମୁମ୍ବାଇର ଶିବାଜୀ ନଗର ଓ ଗୋବନ୍ଦୀ ଅଞ୍ଚଳର 5 ହଜାର ଲୋକଙ୍କୁ ଏକ NGO ମାଧ୍ୟମରେ ରାସନ ଯୋଗାଇ ସାହାଯ୍ୟ କରିବେ ବୋଲି କହିଛନ୍ତି ।

ଅପନାଲୟ ନାମକ ଏକ ଏନଜିଓ ସଚିନଙ୍କୁ ଧନ୍ୟବାଦ ଦେଇ ଟ୍ବିଟ କରି ଲେଖିଛି ଯେ, ‘ଧନ୍ୟବାଦ ସଚିନ ତେନ୍ଦୁଲକର ଏହି ବିପଦ ସମୟରେ ସବୁଠାରୁ ଅଧିକ ସାହାଯ୍ୟ ଦରକାର କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆପଣ ଆଗେଇ ଆସିଛନ୍ତି । ସଚିନ 5 ହଜାର ଲୋକଙ୍କୁ ଗୋଟିଏ ମାସର ରାସନ ଦେବା ପାଇଁ ଅପନାଲୟକୁ ସାହାଯ୍ୟ କରିବେ । ଅନେକ ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କ ସହଯୋଗ ଦରକାର କରନ୍ତି । ଦାନ କରନ୍ତୁ ।’

ଆଗରୁ ସଚିନ ପିଏମ କେୟାର୍ସ ପାଣ୍ଠିକୁ 25 ଲକ୍ଷ ଟଙ୍କା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 25 ଲକ୍ଷ ଟଙ୍କା ଦାନ କରି ସାରିଛନ୍ତି ।

ABOUT THE AUTHOR

...view details