ଓଡିଶା

odisha

ETV Bharat / sports

ଆସିଲା ରାଫେଲ, ଶୁଭେଚ୍ଛା ଜଣାଇଲେ IAF ଗ୍ରୁପ କ୍ୟାପଟେନ ସଚିନ ତେନ୍ଦୁଲକର - ସଚିନ ତେନ୍ଦୁଲକର

ବୁଧବାର ଅପରାହ୍ନରେ ଫ୍ରାନ୍ସର ବିମାନ ଉତ୍ପାଦନକାରୀ ଡାସଲ୍ଟ ଦ୍ବାରା ନିର୍ମିତ 36ଟି ମଧ୍ୟମ ମଲ୍ଟି ରୋଲ୍ ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପାଞ୍ଚଟି ନିରାପଦରେ ଭାରତରେ ପହଁଞ୍ଚିଛି। ବାୟୁସେନାକୁ ଶୁଭେଚ୍ଛା ଦେଇଛନ୍ତି କିମ୍ବଦନ୍ତୀ କ୍ରିକେଟର ତଥା IAF ଗ୍ରୁପ କ୍ୟାପଟେନ ସଚିନ ତେନ୍ଦୁଲକର । ଅଧିକ ପଢ଼ନ୍ତୁ...

Sachin Tendulkar, Rafale fighter jets, massive upgrade for our defence forces,  IAF ଗ୍ରୁପ କ୍ୟାପଟେ ସଚିନ ତେନ୍ଦୁଲକର, ବାୟୁ ସେନାକୁ ସଚିନଙ୍କ ଶୁଭେଚ୍ଛା, ସଚିନ ତେନ୍ଦୁଲକର, ରାଫେଲ ଯୁଦ୍ଧ ବିମାନ
ବାୟୁ ସେନାକୁ ଶୁଭେଚ୍ଛା ଦେଲେ IAF ଗ୍ରୁପ କ୍ୟାପଟେ ସଚିନ ତେନ୍ଦୁଲକର

By

Published : Jul 31, 2020, 9:47 AM IST

ମୁମ୍ବାଇ: ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ରାଫେଲ ସାମିଲ ହେବା ପରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଗୁରୁବାର ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହା ଦେଶର ପ୍ରତିରକ୍ଷା ବାହିନୀ ପାଇଁ ଏକ ବଡ଼ ଉପଲବ୍ଧି ।

‘‘ଆମ ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ସାମିଲ ହୋଇଥିବାରୁ ଭାରତୀୟ ବାୟୁସେନାକୁ ହାର୍ଦ୍ଦିକ ଅଭିନନ୍ଦନ। ଏହା ଆମର ପ୍ରତିରକ୍ଷା ବାହିନୀ ପାଇଁ ଏକ ବୃହତ ଉପଲବ୍ଧି ଯେଉଁମାନେ ଆମ ଦେଶକୁ ଆକାଶରେ ନିରନ୍ତର ଭାବରେ ସୁରକ୍ଷା ଦେଉଛନ୍ତି,’’ ବୋଲି ଟ୍ବିଟ କରି କହିଛନ୍ତି ସଚିନ ।

ସୂଚନା ଯୋଗ୍ୟ ଯେ ଆଇଏଏଫ (Indian Air Force) ରେ ଗ୍ରୁପ କ୍ୟାପଟେନର ସମ୍ମାନଜନକ ରାଙ୍କ ଧାରଣ କରିଛନ୍ତି ତେନ୍ଦୁଲକର ।

ବୁଧବାର ଅପରାହ୍ନରେ ଫ୍ରାନ୍ସର ବିମାନ ଉତ୍ପାଦନକାରୀ ଡାସଲ୍ଟ ଦ୍ବାରା ନିର୍ମିତ 36 ଟି ମଧ୍ୟମ ମଲ୍ଟି ରୋଲ୍ ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପାଞ୍ଚଟି ନିରାପଦରେ ଅବତରଣ କରିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଉତ୍ତର କିମ୍ବା ପଶ୍ଚିମ ସୀମାରେ ବିବାଦ ହେଲେ ଫ୍ରଣ୍ଟଲାଇନ ଆଇଏଏଫ ଏୟାରବେସ୍ ବ୍ୟବହାର ହେବାର ସମ୍ଭାବନା ଅଛି ।

ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଏଆଇଏଫ ଏୟାରବେସରେ ଅବତରଣ କରିବାର କିଛି ସମୟ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ମଲ୍ଟି ରୋଲ୍ ଯୁଦ୍ଧ ବିମାନ ଏକ ଗେମ ଚେଞ୍ଜର ହେବ ।

ଶାହ କହିଛନ୍ତି ଯେ ସେ ନିଶ୍ଚିତ ଯେ ନୂତନ ପିଢ଼ିର ରାଫେଲ ଜେଟର ଉଦ୍‌ଘାଟନ ଭାରତୀୟ ବାୟୁସେନାକୁ ଭାରତର ଆକାଶକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ଏବଂ କୌଣସି ବି ଚ୍ୟାଲେଞ୍ଜକୁ ରୋକିବାରେ ସାହାଯ୍ୟ କରିବ।

@IANS

ABOUT THE AUTHOR

...view details