ମୁମ୍ବାଇ: ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ନିଜ କାଉଣ୍ଟି କ୍ରିକେଟ କ୍ଳବକୁ ମନେପକାଇଛନ୍ତି । ଏନେଇ ଏକ ଫଟୋକୁ ସଚିନ ପୋଷ୍ଟ କରିବାପରେ ଏହା ଭାଇରାଲ ହୋଇଛି ।
କାଉଣ୍ଟି କ୍ରିକେଟ କ୍ଳବ ୟର୍କସାୟରକୁ ମନେପକାଇଲେ ସଚିନ - Sachin tendulkar rembers Yorkshire club
ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ନିଜ କାଉଣ୍ଟି କ୍ରିକେଟ କ୍ଳବକୁ ମନେପକାଇଛନ୍ତି । ଏନେଇ ଏକ ଫଟୋକୁ ସଚିନ ପୋଷ୍ଟ କରିବାପରେ ଏହା ଭାଇରାଲ ହୋଇଛି ।
![କାଉଣ୍ଟି କ୍ରିକେଟ କ୍ଳବ ୟର୍କସାୟରକୁ ମନେପକାଇଲେ ସଚିନ Sachin tendulkar rembers 'Special stint' with Yorkshire club](https://etvbharatimages.akamaized.net/etvbharat/prod-images/768-512-7124134-739-7124134-1589009740885.jpg)
କାଉଣ୍ଟି କ୍ରିକେଟ କ୍ଳବ ୟର୍କସାୟର ସହ ବର୍ଷ 1992ରେ ଯୋଡି ହେଇଥିଲେ ସଚିନ । 19 ବର୍ଷ ବୟସର ସଚିନ ଚେନ୍ତୁଲକରଙ୍କୁ ବିଶ୍ବର ମହାନତମ କ୍ରିକେଟର ହେବାରେ ଏହି କାଉଣ୍ଟି କ୍ରିକେଟ କ୍ଳବର ବିଶେଷ ଅବଦାନ ରହିଛି ।
ଇଂଲଣ୍ଡ ମାଟିରେ ଖେଳିବାର ଅଭିଜ୍ଞତା ପରବର୍ତ୍ତୀ ସମୟରେ ସଚିନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ସଚିନ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ 1989 ନଭେମ୍ବର 15ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଏହାପରେ ଭାରତର ସବୁଠୁ ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ହୋଇପାରିଥିଲେ । 24 ବର୍ଷର ଦୀର୍ଘ କ୍ରିକେଟ କ୍ୟାରିୟରରେ 6ଟି ବିଶ୍ବକପ ଖେଳିଛନ୍ତି ସଚିନ । ସେଥିମଧ୍ୟରୁ 2011 ବିଶ୍ବକପ ବିଜେତା ଭାରତୀୟ ଦଳର ସଦସ୍ୟ ରହିଛନ୍ତି । ଟେଷ୍ଟ କ୍ରିକେଟରେ 51 ଶତକୀୟ ଇଂନିସ ସହ 15,921 ରନ ଓ ଦିନିକିଆ କ୍ରିକେଟରେ 49 ଶତକ ସହ 18,426 ରନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ।