ହାଇଦ୍ରାବାଦ: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ପ୍ରଥମ ଦେଖାର ସ୍ମୃତିକୁ ମନେ ପକାଇଛନ୍ତି । ସେ କହିଛନ୍ତି ପ୍ରଥମ ଦେଖାରେ ହିଁ ଧୋନି ମତେ ଖାସ୍ ଲାଗିଥିଲେ ।
ସଚିନ କହିଛନ୍ତି ଯେ, ଧୋନି ଭାରତୀୟ ଟିମରେ ଯେ ପର୍ଯ୍ୟନ୍ତ ସାମିଲ ହୋଇ ନଥିଲେ , ମୁଁ ତାଙ୍କ ବିଷୟରେ ଶୁଣି ନଥିଲି । ମୁଁ ପ୍ରଥମେ ବାଂଲାଦେଶରେ ଦିନିକିଆ ସିରିଜରେ ଧୋନିଙ୍କୁ ଦେଖିଥିଲି । ମୁଁ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଥିଲେ ମାହିଙ୍କ ସମ୍ବନ୍ଧରେ । ତାଙ୍କୁ କହିଥିଲି ଏହି ଖେଳାଳି ପାଖରେ କିଛି ବିଶେଷ୍ବତ ଅଛି । ଏହି ଖେଳାଳିଙ୍କ ପାଖରେ ବଲକୁ ହିଟ କରିବାର କ୍ଷମତା ରହିଛି । କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟ ସ୍ତରରେ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଡ ସଟ ମାରିବା 2ଟି ଭିନ୍ନ କଥା ।
ଭାରତ ପାଇଁ 200ଟି ଟେଷ୍ଟ ମ୍ୟାଚ ଖେଳିଥିବା ସଚିନ କହିଛନ୍ତି ଯେ, ଧୋନି ସେହି ମ୍ୟାଚରେ 2ଟା ବ୍ରାଉଣ୍ଡ୍ରୀ ମାରିଥିଲେ । ମୁଁ ସେତେବେଳେ ଦାଦାଙ୍କୁ କହିଥିଲି ଧୋନିଙ୍କ ହିଟ ମାରିବା ଶୈଳୀ ଭିନ୍ନ ରହିଛି ।