ନୂଆଦିଲ୍ଲୀ: ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ବିଦେଶୀ ସେଲିବ୍ରିଟି ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି। ଏହାକୁ ପସନ୍ଦ କରି ନାହାଁନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ହଲିଉଡ ପପଷ୍ଟାର ରିହାନା, ଆମେରିକା ଯୁବ ପରିବେଶବିତ ଗ୍ରେଟା ଥନବର୍ଗ ଭଳି ସେଲିବ୍ରିଟି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଟିପ୍ପଣୀ କରିଥିଲେ । ଏହାକୁ ନେଇ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ କଡ଼ା ସମାଲୋଚନା କରିଛନ୍ତି ।
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଟ୍ବିଟ କରି ଲେଖିଛନ୍ତି ଯେ, "କୌଣସି ପରିସ୍ଥିତିରେ ଭାରତର ସାର୍ବଭୌମତ୍ବ କେହି କ୍ଷୁର୍ଣ୍ଣ କରି ପାରିବେ ନାହିଁ। ଭାରତର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ଲୋକ କେବଳ ଦେଖି ପାରିବେ। ଏଥିରେ ଅଂଶଗ୍ରହଣ କରି ମାମଲା ବିଗାଡ଼ିବା ଅଧିକାର ସେମାନଙ୍କ ପାଖରେ ନାହିଁ। ଭାରତୀୟମାନେ ଜାଣିଛନ୍ତି ଦେଶ ପାଇଁ କଣ ନିଷ୍ପତ୍ତି ନେବା ଉଚିତ । ବର୍ତ୍ତମାନ ଗୋଟିଏ ରାଷ୍ଟ୍ରରେ ଏକଜୁଟ ହୋଇ ରହିବା ସମୟ।"