ଓଡିଶା

odisha

ETV Bharat / sports

ସଚିନଙ୍କୁ ଆଉଟ କରିବା ଥିଲା ସବୁଠାରୁ କଠିନ କାମ: ମାଇକେଲ କ୍ଲାର୍କ - ସଚିନଙ୍କୁ ଆଉଟ କରିବା ଥିଲା କଠିନ

ସଚିନଙ୍କୁ ମନେ ପକାଇଲେ ମାଇକେଲ କ୍ଲାର୍କ । କହିଲେ ତାଙ୍କ ଠାରୁ ସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ ଦେଖି ନାହିଁ । ଅଧିକ ପଢ଼ନ୍ତୁ...

Sachin Tendulkar, hardest batsman to get out, former australian captain Michael Clarke, ସଚିନଙ୍କୁ ଆଉଟ କରିବା ଥିଲା କଠିନ, ମାଇକେଲ କ୍ଲାର୍କ
ସଚିନଙ୍କୁ ଆଉଟ କରିବା ଥିଲା ସବୁଠାରୁ କଠିନ କାମ: ମାଇକେଲ କ୍ଲାର୍କ

By

Published : Apr 10, 2020, 11:44 PM IST

ମେଲବର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ କହିଛନ୍ତି ଯେ ବିରାଟ କୋହଲି ଯେଉଁଭଳି ଭାବରେ ବଡ ଶତକ ପାଇଁ କ୍ରିଜରେ ଥାନ୍ତି ତାଙ୍କୁ ଦେଖିଲେ ସଚିନ ତେନ୍ଦୁଲକରଙ୍କ କଥା ମନେ ପଡେ ଯାହାଙ୍କୁ ଆଉଟ କରିବା ସବୁଠାରୁ କଠିନ କାର୍ଯ୍ୟ ଥିଲା ।

କ୍ଲାର୍କ କହିଛନ୍ତି ଯେ ତାଙ୍କ ଖେଳିବା ସମୟରେ ତେନ୍ଦୁଲକରଙ୍କ ଠାରୁ ଅଧିକ ସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ ସେ ଦେଖି ନାହାନ୍ତି ।

‘ମୁଁ ଦେଖିଥିବା ଟେକ୍ନିକାଲି ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ । ଯେଉଁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ସବୁଠାରୁ କଠିନ । ତାଙ୍କର ଟେକ୍ନିକାଲି କୌଣସି ଦୁର୍ବଳତା ନଥିଲା । ଆପଣ କେବଳ ଆଶା କରିବେ ଯେ ସେ କୌଣସି ଭୁଲ କରନ୍ତୁ । କିନ୍ତୁ ସେ କୌଣସି ଭୁଲ କରୁ ନଥିଲେ,’ ବୋଲି କ୍ଲାର୍କ ‘ବିଗ ସ୍ପୋର୍ଟ୍ସ ବ୍ରେକଫାଷ୍ଟ’ ନାମକ ରେଡିଓ ଶୋ ରେ କହିଛନ୍ତି ।

ତେବେ ଏହାପରେ କ୍ଲାର୍କ କୋହଲିଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସମସ୍ତ ଫର୍ମାଟରେ କୋହଲି ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ।

‘ମୁଁ ଭାବୁଛି ଯେ ବର୍ତ୍ତମାନ ସମୟରେ ସବୁ ଫର୍ମାଟରେ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ବିରାଟ କୋହଲି । ତାଙ୍କର ଦିନିକିଆ ଓ ଟି-20ରେ ରେକର୍ଡ ଅତୁଳନୀୟ । ଏହାସହ ସେ ଟେଷ୍ଟ ମ୍ୟାଚରେ ମଧ୍ୟ ସେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି,’ ବୋଲି କହିଛନ୍ତି କ୍ଲାର୍କ ।

ABOUT THE AUTHOR

...view details