ଲକ୍ଷ୍ନୌ:ଭାରତ ସହ 5 ଟିକିଆ ଦିନିକିଆ ସିରିଜ ଓ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବାକୁ ଲକ୍ଷ୍ନୌରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ । ଅପରାହ୍ନ 2.30 ସୁଦ୍ଧା ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିଛି ଟିମ। ଖେଳାଳିଙ୍କ ସୁରକ୍ଷା ପାଇଁ ବିମାନବନ୍ଦରରେ ଅତିରିକ୍ତ ପିଏସି, ଉତ୍ତର ପ୍ରଦେଶ ପୁଲିସ ଓ CISF ପୋଲିସ ମୁତୟନ ହୋଇଥିଲେ । ଲକ୍ଷ୍ନୌ ବିମାନବନ୍ଦରରୁ ଖେଳାଳିଙ୍କୁ ବସ୍ ଯୋଗେ କୃଷ୍ଣା ନଗରସ୍ଥିତ ହୋଟେଲ ପିକାଡଲୀକୁ ନିଆଯାଇଛି । ଏହି ସମୟରେ ବିମାନବନ୍ଦର ପରିସରରେ କ୍ରିକେଟପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଭାରତୀୟ ମହିଳା କ୍ରିକେଟ ଟିମ 26 ଫେବ୍ରୁଆରୀରୁ ଲକ୍ଷ୍ନୌ ପହଞ୍ଚିସାରିଛି । ବାକି 4 ସଦସ୍ୟ ଶନିବାର ଲକ୍ଷ୍ନୌ ପହଞ୍ଚିବେ ।