ଓଡିଶା

odisha

ETV Bharat / sports

ମ୍ୟାଚ ବାତିଲରେ ଡର୍ବାନ ଷ୍ଟାଡିୟମର ଅଲୋଡା ରେକର୍ଡ - ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ 2ୟ ଦିନିକିଆ ବାତିଲ

ବର୍ଷାରେ ଧୋଇଗଲା ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ 2ୟ ଦିନିକିଆ। କ୍ରମାଗତ 3ୟ ଥର ପାଇଁ ଉଭୟ ଦଳ ମଧ୍ୟରେ ଦିନିକିଆ ମ୍ୟାଚ ଏହି ଷ୍ଟାଡିୟମରେ ବାତିଲ ହୋଇଛି। ବର୍ଷାଯୋଗୁ ମ୍ୟାଚ ବାତିଲ ହେବା ନେଇ ଡର୍ବାନ ଷ୍ଟାଡିୟମ ନାମରେ ଅଲୋଡା ରେକର୍ଡ ଯୋଡିହୋଇଛି।

SA vs ENG, 2nd ODI
ମ୍ୟାଚ ବାତିଲରେ ଡର୍ବାନ ଷ୍ଟାଡିୟମର ଅଲୋଡା ରେକର୍ଡ

By

Published : Feb 8, 2020, 1:08 PM IST

ଡର୍ବାନ: ବର୍ଷାରେ ଧୋଇଗଲା ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ 2ୟ ଦିନିକିଆ। ମାତ୍ର 11.2 ଓଭର ଖେଳ ପରେ ଦାଉ ସାଧିଲା ବର୍ଷା । ଏହା ଯୋଗୁ ମ୍ୟାଚ ବାତିଲ ହେବା ନେଇ ଡର୍ବାନ ଷ୍ଟାଡିୟମ ନାମରେ ଅଲୋଡା ରେକର୍ଡ ଯୋଡିହୋଇଛି। କ୍ରମାଗତ 3ୟ ଥର ପାଇଁ ଉଭୟ ଦଳ ମଧ୍ୟରେ ଦିନିକିଆ ମ୍ୟାଚ ଏହି ଷ୍ଟାଡିୟମରେ ବାତିଲ ହୋଇଛି।

ଡର୍ବାନ ଷ୍ଟାଡିୟମର ମ୍ୟାଚ ବାତିଲ ରେକର୍ଡ

ଡର୍ବାନରେ ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମ୍ୟାଚ ରେକର୍ଡ
ବର୍ଷ 1996, ଜାନୁଆରୀ 17ରେ 5 ୱିକେଟରେ ବିଜୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା।
ଫେବୃଆରୀ 11, 2005ରେ ବିନା ଫଳାଫଳରେ ମ୍ୟାଚ ବାତିଲ ହୋଇଥିଲା।
ଡିସେମ୍ବର 04, 2009ରେ ବର୍ଷା ଯୋଗୁଁ ଗୋଟିଏ ବଲ ପଡିବା ସମ୍ଭବ ହୋଇନଥିଲା । ଫଳରେ ମ୍ୟାଚକୁ ବାତିଲ କରାଯାଇଥିଲା।
ଫେବୃଆରୀ 7, 2020ରେ ସମାନ ଭାବେ ବିନା ଫଳାଫଳରେ ମ୍ୟାଚ ବାତିଲ ହୋଇଛି।

ଡର୍ବାନ ଷ୍ଟାଡିୟମର ମ୍ୟାଚ ବାତିଲ ରେକର୍ଡ

3 ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଘରୋଇ ଦକ୍ଷିଣ ଆଫ୍ରିକା ଜିତିନେଇ 1-0ରେ ଆଗୁଆ ରହିଛି । 3ୟ ମ୍ୟାଚ ଜୋହାନସବର୍ଗରେ ଖେଳାଯିବ।

ଡର୍ବାନ ଷ୍ଟାଡିୟମର ଅଲୋଡା ରେକର୍ଡ

ABOUT THE AUTHOR

...view details