କେପଟାଉନ:ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟରେ ସିରିଜରେ କୋରୋନା କଣ୍ଟା । ଘରୋଇ ଦଳର ଜଣେ ଖେଳାଳି କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ପ୍ରଥମ ଦିନିକିଆ ମ୍ୟାଚ ସ୍ଥଗିତ ହୋଇଛି ।
ଶୁକ୍ରବାର ନ୍ୟୁଲ୍ୟାଣ୍ଡରେ ପ୍ରଥମ ଦିନିକିଆ ଖେଳାଯିବା ନେଇ ସୂଚୀ ରହିଥିଲା । ପୂର୍ବରୁ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ତୃତୀୟ ମ୍ୟାଚକୁ 9 ୱିକେଟରେ ଜିତିବା ସହ କ୍ଳିନ ସୁଇପ କରିଛି ଇଂଲଣ୍ଡ ।