ଓଡିଶା

odisha

By

Published : Sep 11, 2020, 7:57 PM IST

ETV Bharat / sports

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ନିଲମ୍ବିତ, ଅଲମ୍ପିକ କମିଟିକୁ ପରିଚାଳନା ଦାୟିତ୍ବ

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ପରିଚାଳନା ଦାୟିତ୍ବ ଦେଶର କ୍ରୀଡା ସଂଘ ଓ ଅଲମ୍ପିକ କମିଟି(SASCOC)କୁ ମିଳିଛି । ଶୁକ୍ରବାର ସରକାର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିବା ପରେ ଏହି ନିଷ୍ପତି ହୋଇଛି ।

SA gov suspends CSA, Olympic Body to take control of cricket in country
ଦକ୍ଷିଣ ଆଫ୍ର୍ରିକା କ୍ରିକେଟ ବୋର୍ଡ ନିଲମ୍ବିତ, ଅଲମ୍ପିକ କମିଟିକୁ ପରିଚାଳନା ଦାୟିତ୍ବ

କେପଟାଉନ: ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ପରିଚାଳନା ଦାୟିତ୍ବ ଦେଶର କ୍ରୀଡା ସଂଘ ଓ ଅଲମ୍ପିକ କମିଟି(SASCOC)କୁ ମିଳିଛି । ଶୁକ୍ରବାର ସରକାର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିବା ପରେ ଏହି ନିଷ୍ପତି ହୋଇଛି ।

ଦକ୍ଷିଣ ଆଫ୍ର୍ରିକା କ୍ରିକେଟ ବୋର୍ଡ ନିଲମ୍ବିତ, ଅଲମ୍ପିକ କମିଟିକୁ ପରିଚାଳନା ଦାୟିତ୍ବ

ତେବେ ଏହାଦ୍ବାରା ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମକୁ ଆଇସିସି ପକ୍ଷରୁ ବଡ ଝଟକା ଲାଗିବାର ସମ୍ଭାବନା ରହିଛି । ଦେଶର କ୍ରିକେଟ ବୋର୍ଡରେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଦକ୍ଷିଣ ଆଫ୍ରିକା ଟିମ ଆଇସିସି ବାସନ୍ଦ କରିବା ସମ୍ଭାବନା ରହିଛି । ଦେଶର କ୍ରିକେଟ ବୋର୍ଡରେ ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନିୟମ ବିରୁଦ୍ଧ ।

ଦକ୍ଷିଣ ଆଫ୍ର୍ରିକା କ୍ରିକେଟ ବୋର୍ଡ ନିଲମ୍ବିତ, ଅଲମ୍ପିକ କମିଟିକୁ ପରିଚାଳନା ଦାୟିତ୍ବ

ଏକ ନ୍ୟୁଜ ୱେବସାଇଟର ରିପୋର୍ଟ, ଅନୁଯାୟୀ, ଦକ୍ଷିଣ ଆଫ୍ରିକୀୟ ସ୍ପୋର୍ଟ୍ସ କନଫେଡେରେସନ ଓ ଅଲମ୍ପିକ କମିଟି(SASCOC) କ୍ରିକେଟ ଦକ୍ଷିଣ ଆଫ୍ରିକାକୁ ଲେଖିଥିବା ଚିଠିରେ ଏକାଧିକ ବର୍ତ୍ତମାନର ଓ ପୁର୍ବତନ ବରିଷ୍ଠ କାର୍ଯ୍ୟନିବାହୀ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରଛି । ପରେ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଇଥିଲା । ପରେ ଡିସେମ୍ବର 2019ରୁ ଏକାଧିକବାର ଅପବ୍ୟବହାର ଓ ଦୁର୍ନୀତି ସାମ୍ନାକୁ ଆସିଥିଲା ।

କ୍ରିକେଟ ଦକ୍ଷିଣ ଆଫ୍ରିକା ସହ ଦୁଇଟି ପୃଥକ ବୈଠକରେ SASCOC କମିଟି ସମାଧାନର ସୁତ୍ର ପାଇଁ ପ୍ରୟାସ କରିଥିଲା । ତେବେ ସିଏସଏ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହ ସହଯୋଗ କରାଯାଇନଥିଲା ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details