ନୂଆଦିଲ୍ଲୀ: ଶେଷ ହେବ ଭାରତୀୟ ପେସ ବୋଲର ଏସ ଶ୍ରୀସନ୍ଥଙ୍କ ଆଜୀବନ ବାସନ୍ଦାଦେଶ । ମଙ୍ଗଳବାର କ୍ରିକେଟର ଶ୍ରୀସନ୍ଥଙ୍କ ଉପରେ ବିସିସିଆ ବାସନ୍ଦ କଟକଣା କୋହଳ କରିଛି । ଆଜୀବନ ବାସନ୍ଦକୁ କମାଇ ୭ ବର୍ଷର କଟକଣା ସ୍ଥିର କଲା ବିସିସିଆଇ । ପ୍ରକାଶ ଯେ, ସ୍ପଟ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରୀସନ୍ଥ । ପରେ ବିସିସିଆଇ ଶ୍ରୀସନ୍ଥଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦାଦେଶ ଦଣ୍ଡ ଶୁଣାଇଥିଲା ।
2013 ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ ଶ୍ରୀସନ୍ଥ । ମୋହାଲିରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚରେ ଶ୍ରୀସନ୍ଥ ନିଜର 2ୟ ଓଭରରେ 10 ଲକ୍ଷ ଟଙ୍କା ବଦଳରେ, 14ରନ ଦେଇ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା । ପରେ ବିସିସିଆଇ ଏହି ମାମଲାରେ ଶ୍ରୀସନ୍ଥଙ୍କୁ ଦୋଷୀ ଦର୍ଶାଇ ଆଜୀବନ ବାସନ୍ଦାଦେଶ ଶୁଣାଇଥିଲା । 2013 ସେପ୍ଟେମ୍ବର 13ରୁ ଶ୍ରୀସନ୍ଥଙ୍କ ଉପରେ ଆଜୀବନ ବାସନ୍ଦାଦେଶ ଲାଗୁ ହୋଇଥିଲା ।