ପୁଣେ: ଯୁବ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ଆଗାମୀ ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ରର ଅଧିନାୟକ ଦାୟିତ୍ବ ସମ୍ଭାଳିବେ । ବିସିସିଆଇର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ 20 ଜଣିଆ ଦଳ ଘୋଷଣା କରିଛି ମହାରାଷ୍ଟ୍ର ଓ ଋତୁରାଜଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି ।
ରାଜ୍ୟ କ୍ରିକେଟ ସଂଘ ଟ୍ବିଟ ଯୋଗେ 20 ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଏକଦିବସୀୟ ଚମ୍ପିଆନସିପ ପାଇଁ ଦଳ ଘୋଷଣା କରିଛି । ଗତବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ 24 ବର୍ଷୀୟ ଋତୁରାଜ ଖେଳିବା ସହ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।