ମାଉଣ୍ଟ ମାଉଙ୍ଗାନୁଇ: ଟିମ ଇଣ୍ଡିଆ ଓପନର ରୋହିତ ଶର୍ମାଙ୍କ ନିଆରା କୀର୍ତ୍ତିମାନ । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଟି-20 କ୍ରିକେଟରେ 100ଥର ବ୍ୟାଟିଂ କରିଛନ୍ତି । ଏହି ନିଆରା ରେକର୍ଡର ଅଧିକାରୀ ହେବାରେ ରୋହିତ ବିଶ୍ବର 2ୟ ସର୍ବାଧିକ ଟି-20 ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି ।
100ତମ ଟି-20 ମ୍ୟାଚ କ୍ଳବରେ ରୋହିତ-ଟେଲର - ନ୍ୟୁଜିଲାଣ୍ଡର କ୍ରିକେଟର ରସ ଟେଲର
ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ଓ ନ୍ୟୁଜିଲାଣ୍ଡର ଭେଟେରାନ କ୍ରିକେଟର ରସ ଟେଲର ଟି-20 କ୍ରିକେଟରେ 100ତମ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି ।
![100ତମ ଟି-20 ମ୍ୟାଚ କ୍ଳବରେ ରୋହିତ-ଟେଲର 100 T20Is](https://etvbharatimages.akamaized.net/etvbharat/prod-images/768-512-5929738-thumbnail-3x2-wc.jpeg)
100ତମ ଟି-20 ମ୍ୟାଚ କ୍ଳବରେ ରୋହିତ-ଟେଲର
ନ୍ୟୁଜିଲାଣ୍ଡର ଭେଟେରାନ କ୍ରିକେଟର ରସ ଟେଲର ମଧ୍ୟ 100 ମ୍ୟାଚ କ୍ଳବରେ ସାମିଲ ହୋଇଛନ୍ତି । ଟେଲର ପ୍ରଥମ କ୍ବିୱି ପୁରୁଷ କ୍ରିକେଟର ଭାବେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଏଥିସହିତ ଫଟାଫଟ କ୍ରିକେଟରେ ବିଶ୍ବର 3ୟ କ୍ରିକେଟର ଭାବେ 100 ତମ ମ୍ୟାଚ ଖେଳିଛନ୍ତି ଟେଲର । ପୂର୍ବରୁ ମହିଳା କ୍ରିକେଟର ସୁଜି ବେଟସ 112 ଟି ମ୍ୟାଚ ଖେଳିଛନ୍ତି ।