ଓଡିଶା

odisha

ETV Bharat / sports

ଡନ୍‌ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ ହେଲେ ରୁଟ୍

ଇଂଲଣ୍ଡ କ୍ୟାପଟେନ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦୁଇଟି ଟେଷ୍ଟରେ 228 ଓ 186ରନର ବଡ ଇଂନିସ ଖେଳିଥିଲେ । ଅଧିକ ପଢନ୍ତୁ...

Root becomes second captain after Bradman to hit 3rd successive 150-plus score
ଏହି ରେକର୍ଡରେ ବ୍ରାଡମ୍ୟାନଙ୍କ ସମକକ୍ଷ ହେଲେ ରୁଟ୍

By

Published : Feb 6, 2021, 7:02 PM IST

Updated : Feb 6, 2021, 7:40 PM IST

ଚେନ୍ନାଇ: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଶନିବାର ଦ୍ବିତୀୟ କ୍ୟାପଟେନ ଭାବେ କ୍ରମାଗତ ତିନୋଟି ଇଂନିସରେ 150ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏହି ରେକର୍ଡ କରିବାରେ ରୁଟ୍‌ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସାର୍‌ ଡନ ବ୍ରାଡମ୍ୟାନଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଛନ୍ତି ।

ଏହି ରେକର୍ଡରେ ବ୍ରାଡମ୍ୟାନଙ୍କ ସମକକ୍ଷ ହେଲେ ରୁଟ୍

ରୁଟ୍‌, ଚେନ୍ନାଇର ଏମ.ଏ. ଚିଦାମ୍ବର ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ସଫଳତାର ହାସଲ କରିଛନ୍ତି । କ୍ୟାରିୟରର 100ତମ ଟେଷ୍ଟ ଖେଳୁଥିବା ରୁଟ୍‌ 218 ରନ ସଂଗ୍ରହ କରିଛନ୍ତି । ଏହି ମାରାଥନ ଦ୍ବିଶତକୀୟ ଇଂନିସରେ 19 ଚୌକା ଓ ଦୁଇଟି ଛକା ସାମିଲ ରହିଛି ।

ଏହି ରେକର୍ଡରେ ବ୍ରାଡମ୍ୟାନଙ୍କ ସମକକ୍ଷ ହେଲେ ରୁଟ୍

ଇଂଲଣ୍ଡ କ୍ୟାପଟେନ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦୁଇଟି ଟେଷ୍ଟରେ 228 ଓ 186 ରନର ବଡ ଇଂନିସ ଖେଳିଥିଲେ । କ୍ରମାଗତ ତିନୋଟି ଟେଷ୍ଟରେ 150ରୁ ଅଧିକ ସ୍କୋର କରିଥିବା ବିଶ୍ବ କ୍ରିକେଟର ସପ୍ତମ ଖେଳାଳି ହୋଇଛନ୍ତି ରୁଟ୍‌ । ଏହି ତାଲିକାରେ ପୂର୍ବରୁ ଟମ ଲାଥନ, କୁମାର ସାଙ୍ଗାକାରା(4ଟି ଟେଷ୍ଟ), ମୁଦାସର ନଜର, ଜାହିର ଆବାସ, ଡନ ବ୍ରାଡମ୍ୟାନ ଓ ୱାଲି ହନମଣ୍ଡ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2021, 7:40 PM IST

ABOUT THE AUTHOR

...view details