ଚେନ୍ନାଇ: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ଶୁକ୍ରବାର ନିଜର 100ତମ ଟେଷ୍ଟରେ ଶତକ ହାସଲକାରୀ ନବମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ତେବେ 100ତମ ଟେଷ୍ଟର ଉଭୟ ଇଂନିସରେ ଶତକହାସଲକାରୀ ଏକମାତ୍ର ବ୍ୟାଟ୍ସମ୍ୟାନ ରହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂ । ବର୍ଷ 2006ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଣ୍ଟିଂ ଏହି ସଫଳତାର ଅଧିକାରୀ ହୋଇଥିଲେ ।
164 ବଲରେ 12ଟି ଚୌକା ସହାୟତାରେ ନିଜର 20ତମ ଶତକ ପୂରଣ କରିଛନ୍ତି ରୁଟ୍ । 3ଟି ଟେଷ୍ଟରେ ଲଗାତାର 3ଟି ଶତକ ହାସଲ କରିଛନ୍ତି ରୁଟ୍ । ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦୁଇଟି ଟେଷ୍ଟରେ ମଧ୍ୟ ଶତକ ହାସଲ କରିଥିଲେ ରୁଟ୍ ।