ଓଡିଶା

odisha

ETV Bharat / sports

ରୋହିତଙ୍କ ବିଜୟ ମନ୍ତ୍ର: ଶକ୍ତ ପ୍ରହାର, ସୂକ୍ଷ୍ମରେ ମାର

3 ମ୍ୟାଚ ବିଶିଷ୍ଟ ଟି20 ସିରିଜର ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଖେଳାଳିଙ୍କ ଉଦ୍ଦେଶ୍ୟରେ ରୋହିତ କହିଛନ୍ତି ସେମାନଙ୍କୁ ଶକ୍ତ ପ୍ରହାର କର ଓ ସହଜରେ ମାର।

By

Published : Nov 9, 2019, 12:51 PM IST

ରୋହିତ  ଶର୍ମା

ନୂଆଦିଲ୍ଲୀ: ରାଜକୋଟ ଟି20ରେ ଧମାକାଦାର ଇଂନିସ ପରେ ବାଂଲାଦେଶ ସହ ସିରିଜ ବରାବର କରିଛି ଟିମ ଇଣ୍ଡିଆ। ତେବେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜର ନିର୍ଣ୍ଣାୟକ ମ୍ୟାଚ ନାଗପୁରରେ ଖେଳାଯିବ। ମ୍ୟାଚ ପୂର୍ବରୁ କ୍ୟାପଟେନ ରୋହିତ ଶର୍ମା ଟିମକୁ ବିଜୟ ମନ୍ତ୍ର ଦେଇଛନ୍ତି ।

ସବୁ ଖେଳାଳିଙ୍କ ଉଦ୍ଦେଶ୍ୟରେ ରୋହିତ କହିଛନ୍ତି ସେମାନଙ୍କୁ ଶକ୍ତ ପ୍ରହାର କର ଓ ସହଜରେ ମାର । ପ୍ରଥମ ମ୍ୟାଚରେ ରୋହିତ ସେମିତି ହିଁ କରିଥିଲେ । 45 ବଲରେ 85 ରନର ଧୁଆଁଧାର ପାଳିରେ ରୋହିତ 6ଟି ଛକା ଓ 6ଟି ଚୌକା ସାମିଲ ଥିଲା । ସ୍ଥିତି ଏପରି ହୋଇଥିଲା ରୋହିତ ଗୋଟିଏ ଓଭରରେ ପ୍ରଥମ 3ଟି ବଲରେ କ୍ରମାଗତ ଛକା ମାରିଥିଲେ।

ତେବେ ପ୍ରଥମ ଥର ବାଂଲାଦେଶ ଭାରତ ବିପକ୍ଷରେ ଟି20ବିଜୟ ହାସଲ କରିଥିଲା । ସିରିଜ 1-1ରେ ବରାବର ଥିବାରୁ ପ୍ରଥମ ସିରିଜ ଲକ୍ଷ୍ୟରେ ରହିଛି ବାଂଲାବାହୀନି।

ABOUT THE AUTHOR

...view details