ଓଡିଶା

odisha

ETV Bharat / sports

ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର - ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ରିଓ ପାରାଅଲମ୍ପିକ୍ସ ଗୋଲ୍ଡ ମେଡାଲ ବିଜେତା ମାରିୟାପ୍ପାନ ଥାଙ୍ଗାଭେଲୁ, ଟେବୁଲ ଟେନିସ ତାରକା ମନିକା ବାତ୍ରା ଓ ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

Rohit Sharma, Vinesh Phogat, two others named for Khel Ratna
ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

By

Published : Aug 18, 2020, 4:41 PM IST

Updated : Aug 18, 2020, 5:07 PM IST

ନୂଆଦିଲ୍ଲୀ: ଖେଳ ପୁରସ୍କାର ନେଇ ଚିତ୍ର ସ୍ପଷ୍ଟ ହୋଇଛି । ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ରିଓ ପାରାଅଲମ୍ପିକ୍ସ ଗୋଲ୍ଡ ମେଡାଲ ବିଜେତା ମାରିୟାପ୍ପାନ ଥାଙ୍ଗାଭେଲୁ, ଟେବୁଲ ଟେନିସ ତାରକା ମନିକା ବାତ୍ରା ଓ ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ସୂଚନା ଅନୁଯାୟୀ, ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ନ୍ୟାସନାଲ ଆୱାର୍ଡ କମିଟି ଏହି ସମ୍ମାନଜନକ ଆୱାର୍ଡ ପାଇଁ 5 ଆଥଲେଟଙ୍କ ନାମ ଚୁଡାନ୍ତ କରିଛନ୍ତି ।

2019 କ୍ରିକେଟ ବିଶ୍ବକପରେ ରୋହିତ ପ୍ରଭାବି ପ୍ରଦର୍ଶନ କରିଥିଲେ । ବିଶ୍ବକପର ଗୋଟିଏ ସଂସ୍କରଣର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକର ରେକର୍ଡସହ ମୋଟ 648 ରନ ସଂଗ୍ରହ କରିଥିଲେ ।

ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

2019କୁସ୍ତି ବିଶ୍ବ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ବିଜେତା ରହିଥିଲେ ଭିନେଶ ଫୋଗଟ । ଏଥିସହିତ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ମହାମାରୀ କୋରୋନା ଭାଇରସ ଯୋଗୁଁ ଆସନ୍ତା ବର୍ଷକୁ ସ୍ଥଗିତ ଥିବା ଟୋକିଓ ଅଲମ୍ପିକ୍ସରେ ଭିନେଶଙ୍କ ଠାରୁ ଭାରତର ଅଲମ୍ପିକ ମେଡାଲର ଆଶା ସର୍ବାଧିକ ରହିଛି ।

ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ମୋନିକା ବାତ୍ରା 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋଲ୍ଡ ମେଡାଲ ବିଜେତା ରହିଛନ୍ତି । ଏଥସହିତ 2018 ଏସିଆନ ଗେମ୍ସରେ ମଧ୍ୟ ବ୍ରୋଞ୍ଚ ମେଡାଲ ବିଜେତା ରହିଛନ୍ତି । ତେବେ ଜାନୁଆରୀ 2020ରେ ଖେଳାଯାଇଥିବା ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ କ୍ବାର୍ଟର-ଫାଇନାଲରେ ପରାଜୟ ପରେ ଟୋକିଓ ଅଲମ୍ପିକ ପାଇଁ ଏଯାବତ ଯୋଗ୍ୟତା ହାସଲ କରିନାହାନ୍ତି ମୋନିକା ।

ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ବିଶ୍ବ ପାରା-ଆଥେଲେଟିକ୍ସ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ସହ ମାରିୟାପ୍ପାନ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଅନ୍ୟପଟେ ମହିଳା ହକି ଟିମ ଇଣ୍ଡିଆର କ୍ୟାପଟେନ ରାନୀ ରାମପାଲଙ୍କ ଟିମ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରୀନୀଙ୍କ ଚମତ୍କାର ଗୋଲ ଭାରତକୁ ଟୋକିଓ ଟିକେଟ ମିଳବାରେ ସହାୟକ ହୋଇଥିଲା ।

ଖେଳରତ୍ନ ପରେ, ଆୱାର୍ଡ କମିଟି 2020 ବର୍ଷ ପାଇଁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ, ଅର୍ଜୁନ ଆୱାର୍ଡ, ଧ୍ୟାନ ଚାନ୍ଦ ଆୱାର୍ଡ, ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଆୱାର୍ଡ ଓ ମୌଲାନା ଆବୁଲ କାଲାମ ଆଜାଦ(MAKA) ଟ୍ରଫି ପାଇଁ ମନୋନୀତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2020, 5:07 PM IST

ABOUT THE AUTHOR

...view details