ଓଡିଶା

odisha

ବର୍ଷକ ପରେ ଷ୍ଟାଡିୟମରେ ଦର୍ଶକ, ରୋହିତଙ୍କ ବ୍ୟାଟରୁ ଶତକ

By

Published : Feb 13, 2021, 3:53 PM IST

ଭାରତୀୟ ଓପନର ରୋହିତ ଶର୍ମା ଗୋଟିଏ ବର୍ଷରୁ ଅଧିକ ସମୟ ଓ 8ଟି ଟେଷ୍ଟ ଇଂନିସରେ ପରେ ଶତକୀୟ ଇଂନିସ ଖେଳିଛନ୍ତି । ଅଧିକ ପଢନ୍ତୁ...

Rohit Sharma scores first Test ton in over a year
ବର୍ଷକ ପରେ ଷ୍ଟାଡିୟମରେ ଦର୍ଶକ, ରୋହିତଙ୍କ ବ୍ୟାଟରୁ ଶତକ

ଚେନ୍ନାଇ:ଭାରତୀୟ ଓପନର ରୋହିତ ଶର୍ମା ଗୋଟିଏ ବର୍ଷରୁ ଅଧିକ ସମୟ ଓ 8ଟି ଟେଷ୍ଟ ଇଂନିସରେ ପରେ ଶତକୀୟ ଇଂନିସ ଖେଳିଛନ୍ତି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରୁ ପିଚ୍‌ ସ୍ପିନରଙ୍କୁ ସୁହାଇଥିଲା । ମାତ୍ର ଏପରି ଆହ୍ବାନପୂର୍ଣ୍ଣ ପିଚ୍‌ରେ ରୋହିତଙ୍କ ଦମଦାର ଇଂନିସ ଭାରତକୁ ମ୍ୟାଚରେ ଦୃଢ ସ୍ଥିତିରେ ପହଞ୍ଚିବାକୁ ସହାୟକ ହୋଇଛି ।

ରୋହିତ, ସପ୍ତମ ଟେଷ୍ଟ ଶତକ ସହ ଫର୍ମକୁ ଫେରିଥିବାର ସୂଚନା ଦେଇଛନ୍ତି । ଦ୍ବିତୀୟ ଟେଷ୍ଟ ଖେଳାଯାଉଥିବା ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ନୁହେଁ ବରଂ ସ୍ପିନରଙ୍କ ପାଇଁ ବେଶ ଅନୂକୂଳ ରହିଛି । ମ୍ୟାଚର ଦ୍ବିତୀୟ ଓଭରରେ ଗିଲ୍‌ ବିନା କୌଣସି ରନ କରିବା ପୂର୍ବରୁ ନିଜର ୱିକେଟ ହରାଇଥିଲେ । କ୍ୟାପଟେନ କୋହଲି ମଧ୍ୟ ଶୂନରେ ଆଉଟ ହୋଇଛନ୍ତି । ଏପରି ଆହ୍ବାନପୂର୍ଣ୍ଣ ୱିକେଟରେ ରୋହିତଙ୍କ ଶତକୀୟ ଇଂନିସ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର 2019ରେ ରାଞ୍ଚି ଟେଷ୍ଟରେ ଦ୍ବିଶତକୀୟ ଇଂନିସ ଖେଳିଥିଲେ ରୋହିତ । ପରେ ମୁମ୍ବାଇ ବ୍ୟାଟ୍ସମ୍ୟାନ ବଡ ଇଂନିସ ଖେଳିବାରେ ବିଫଳ ହେଉଥିଲେ । ଆହତ ଓ କୋଭିଡ-19 କ୍ବାରେଣ୍ଟିନ ପାଇଁ ମଧ୍ୟ ସେ କିଛି ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିଲେ ।

ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ, ନଭେମ୍ବର 2019 ପରେ ପ୍ରଥମ ଟେଷ୍ଟ ଖେଳିଥିଲେ ରୋହିତ । ମାତ୍ର ବଡ ଇଂନିସ ଖେଳିବାରେ ବିଫଳ ହୋଇଥିଲେ ।

ରୋହିତଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତର ସ୍କୋର 230 ପାର୍‌ କରିଛି । ରୋହିତ 150 ରନ ମଧ୍ୟ ପୂରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details