ଓଡିଶା

odisha

ETV Bharat / sports

କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ମାନ୍ୟତା 8ମ ସ୍ଥାନରେ ରୋହିତ ଶର୍ମା - 8ମ ସ୍ଥାନରେ ରୋହିତ ଶର୍ମା

ରୋହିତ ଶର୍ମା ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ, 66 ରନ ଓ ଦ୍ବିତୀୟ ଇଂନିସରେ ଅପରାଜିତ 25 ରନ ସହ ଛକା ମାରି ଭାରତକୁ ବିଜୟ ଦେଇଥିଲେ । ରୋହିତଙ୍କ ରେଟିଂ ପଏଣ୍ଟ 742 ରହିଥିବାବେଳେ ବର୍ଷ 2019ରେ 722 ରେଟିଂ ପଏଣ୍ଟ ସହ 10ମ ସ୍ଥାନରେ ରହିଥିଲେ । ଅଧିକ ପଢନ୍ତୁ...

Rohit Sharma reaches career-best 8th position In test rankings
କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ମାନ୍ୟତା 8ମ ସ୍ଥାନରେ ରୋହିତ ଶର୍ମା

By

Published : Feb 28, 2021, 5:40 PM IST

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ସର୍ବଶ୍ରେଷ୍ଠ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ରୋହିତ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ, ଯାହା ମାନ୍ୟତାରେ ପ୍ରତିଫଳିତ ହୋଇଛି ।

ରବିଚନ୍ଦ୍ରନ ଅଶ୍ବିନ-ଅକ୍ଷର ପଟେଲ

ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ରୋହିତ 66 ରନ ଓ ଦ୍ବିତୀୟ ଇଂନିସରେ ଅପରାଜିତ 25 ରନ ସହ ଛକା ମାରି ଭାରତକୁ ବିଜୟ ଦେଇଥିଲେ । ରୋହିତଙ୍କ ରେଟିଂ ପଏଣ୍ଟ 742 ରହିଛି । ବର୍ଷ 2019ରେ 722 ରେଟିଂ ପଏଣ୍ଟ ସହ 10ମ ସ୍ଥାନରେ ରହିଥିଲେ ।

ତୃତୀୟ ମ୍ୟାଚରେ ମୋଟ 11 ୱିକେଟ ଅକ୍ତିଆର କରିଥିବା ସ୍ପିନ ଦ୍ରୁତବୋଲର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ମାନ୍ୟତାର ଉପରକୁ ଉଠିଛନ୍ତି । ଅକ୍ଷର 38ତମ ସ୍ଥାନରେ ପହଞ୍ଚିଥିବାବେଳେ, ଅଶ୍ବିନ 4ର୍ଥ ସ୍ଥାନରୁ 3ୟ ସ୍ଥାନରୁ ଉନ୍ନୀତ ହୋଇଛନ୍ତି ।

ଅନ୍ୟପଟେ ଇଂଲଣ୍ଡ ସ୍ପିନର ଜାକ ଲିଚ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ 4 ୱିକେଟ ହାସଲ କରିବା ସହ ପ୍ରଥମ ଥର ଶୀର୍ଷ 30 ସ୍ଥାନ ମଧ୍ୟରେ ପହଞ୍ଚିଛନ୍ତି । 3ଟି ସ୍ଥାନ ଉପରକୁ ଉଠି ବୋଲିଂ ମାନ୍ୟତାର 28ତମ ସ୍ଥାନରେ ପହଞ୍ଚିଛନ୍ତି ।

ଭାରତ ବିପକ୍ଷରେ 5 ୱିକେଟ ହାସଲ କରିବା ପରେ, ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ବୋଲିଂ ମାନ୍ୟତାରେ 72 ତମ ସ୍ଥାନରେ ଓ ଅଲରାଉଣ୍ଡର ମାନ୍ୟତାରେ ନ୍ୟୁଜିଲାଣ୍ଡର ଟିମ ସାଉଦୀଙ୍କ ସହ ସଂଯୁକ୍ତ ଭାବେ 13ତମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details