କୋଲକତା: ରବିବାର ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ରୋହିତ 100ତମ ମ୍ୟାଚରେ ଅଧିନାୟକତ୍ବ କରୁଛନ୍ତି । ତେବେ ସେ ଚତୁର୍ଥ ଅଧିନାୟକ ଭାବେ ଆଇପିଏଲରେ ୧୦୦ତମ ମ୍ୟାଚରେ ନେତୃତ୍ୱ କରୁଛନ୍ତି । ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ସହ ଏଲିଟ୍ ଲିଷ୍ଟ ସ୍ଥାନ ପାଇଛନ୍ତି।
ଆଇପିଏଲ: ଅଧିନାୟକତ୍ବ ଶତକ ମାରିଲେ ରୋହିତ - Eden Gardens
ରବିବାର ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ରୋହିତ 100ତମ ମ୍ୟାଚରେ ଅଧିନାୟକତ୍ବ କରୁଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @ipl
ତେବେ ଏପର୍ଯ୍ୟନ୍ତ ରୋହିତ ୯୯ ମ୍ୟାଚରେ ନେତୃତ୍ୱ ନେଇ ୫୮.୦୮ ହାରରେ ୫୭ ବିଜୟ ହାସଲ କରିଛନ୍ତି । ଆଇପିଏଲରେ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେଇଛନ୍ତି ଧୋନି । ଧୋନି ୧୬୯ ମ୍ୟାଚରେ ଚେନ୍ନାଇ ଟିମର ନେତୃତ୍ୱ ନେଇଥିବା ବେଳେ ଏହା ପରକୁ ଗୌତମ ଗମ୍ଭୀର ୧୨୯ ମ୍ୟାଚ୍ ଏବଂ କୋହଲି ୧୦୮ ମ୍ୟାଚରେ ନେତୃତ୍ୱ ନେଇଛନ୍ତି।