ରାଜକୋର୍ଟ: ଫଟାଫଟ କ୍ରିକେଟରେ ପ୍ରଥମ ଭାରତୀୟ ଖେଳାଳି ହେବେ ହିଟ ମ୍ୟାନ ରୋହିତ ଶର୍ମା । ଖେଳିବେ 100ତମ ଟି-20 ମ୍ୟାଚ । ଗୁରୁବାର ବାଂଲାଦେଶ ବିପକ୍ଷ 2ୟ ଟି-20 ମ୍ୟାଚରେ ରୋହିତ ଛୁଇଁବେ ଏହି ମାଇଲ ଖୁଣ୍ଟ ।
ହିଟ ମ୍ୟାନଙ୍କ ରେକର୍ଡ 100 - Rohit Sharma first Indian male cricketer to play 100 T-20I
ପ୍ରଥମ ଭାରତୀୟ ଖେଳାଳି ଭାବେ 100 ତମ ଟି-20 ମ୍ୟାଚ ଖେଳିବେ ରୋହିତ ଶର୍ମା ।
![ହିଟ ମ୍ୟାନଙ୍କ ରେକର୍ଡ 100](https://etvbharatimages.akamaized.net/etvbharat/prod-images/768-512-4979410-thumbnail-3x2-jkcbasjk.jpg)
ହିଟ ମ୍ୟାନଙ୍କ ରୋକର୍ଡ 100
ତେବେ ଟି-20 କ୍ରିକେଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ପ୍ରଥମ ଖେଳାଳି ଭାବେ 111ଟି ଟି-20 ମ୍ୟାଚ ଖେଳିଛନ୍ତି । ସେହିପରି ଭାରତୀୟ ମହିଳା ଦଳ ଅଧିନାୟିକା ହରମନପ୍ରିତ୍ କୌର ପ୍ରଥମ ମହିଳା ଭାରତୀୟ କ୍ରିକେଟର ଭାବେ 100ଟି ଟି-20 ମ୍ୟାଚ ଖେଳିଛନ୍ତି ।
ଉଲ୍ଲେଖଥାଉ କି, ଏହି ଫର୍ମାଟରେ ସର୍ବାଧିକ ରନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ରୋହିତ । ତାଙ୍କ ପଛକୁ ଅଛନ୍ତି ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ।