ଓଡିଶା

odisha

ETV Bharat / sports

‘ରୋହିତଙ୍କ ପାଖରେ ନାହିଁ କୋହଲିଙ୍କ ଭଳି ଷ୍ଟ୍ରାଇକ ରୋଟେଟ କରିବାର କ୍ଷମତା’ - କ୍ରିସ ଗେଲ

କୋହଲିଙ୍କ ଭଳି ଷ୍ଟ୍ରାଇକ ରୋଟେଟ କରିବାର କ୍ଷମତା ରୋହିତ ଶର୍ମା, କ୍ରିସ ଗେଲ୍‌, କିମ୍ବା ଡି ଭିଲିୟର୍ସଙ୍କ ପାଖରେ ବି ନାହିଁ ବୋଲି କହିଛନ୍ତି ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ...

Gayle, AB de Villiers, Rohit don't have ability to rotate strike,  rotate strike like kohli says Gambhir, ଷ୍ଟ୍ରାଇକ ରୋଟେଟ କରିବାର କ୍ଷମତା, କ୍ରିସ ଗେଲ, ରୋହିତ ଶର୍ମା ଓ ଏବି ଡି ଭିଲିୟର୍ସ
ରୋହିତଙ୍କ ପାଖରେ ନାହିଁ କୋହଲିଙ୍କ ଭଳି ଷ୍ଟ୍ରାଇକ ରୋଟେଟ କରିବାର କ୍ଷମତା

By

Published : Jun 17, 2020, 1:48 AM IST

ନୂଆଦିଲ୍ଲୀ: ଯେକୌଣସି ବୋଲିଂ ଆକ୍ରମଣ ଉପର ପ୍ରହାର କରିବାର କ୍ଷମତା ରଖନ୍ତି କ୍ରିସ ଗେଲ, ରୋହିତ ଶର୍ମା ଓ ଏବି ଡି ଭିଲିୟର୍ସ । ସମସ୍ତଙ୍କର ବ୍ୟାଟିଂର ରହିଛି ଭିନ୍ନ ଷ୍ଟାଇଲ । ଆଉ ସର୍ବଶେଷରେ ଗେଲ, ରୋହିତ, ଏବଂ ଡି ଭିଲିୟର୍ସ, ସୀମିତ ଓଭର କ୍ରିକେଟ ତଥା ଆଧୁନିକ ଯୁଗର ମହାନ ବ୍ୟାଟ୍ସମ୍ୟାନ । କିନ୍ତୁ ଖେଳର ଛୋଟ ଫର୍ମାଟରେ ସାମାନେ ବିରାଟ କୋହଲିଙ୍କ ସମତୁଲ୍ୟ ହୋଇ ପାରିବେ ନାହିଁ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ।

ସୀମିତ ଓଭର କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇ ଗମ୍ଭୀର କହିଛନ୍ତି ଯେ ଗେଲ୍, ରୋହିତ ଏବଂ ଡି ଭିଲିୟର୍ସଙ୍କ ପରି ନଖେଳି ଅଧିକ ସ୍କୋର କରି ପାରନ୍ତି କାରଣ ସେ ପ୍ରତ୍ୟେକ ବଲରେ ଷ୍ଟ୍ରାଇକ ରୋଟେଟ କରନ୍ତି ।

ଏକ ଚାଟ ସୋ’ରେ ଯୋଗ ଦେଇ ଗମ୍ଭୀର କହିଛନ୍ତି ଯେ କୋହଲି ରୋହିତ ଶର୍ମାଙ୍କଠାରୁ ଭିନ୍ନ କାହିଁକି ? “ସେଥିପାଇଁ କୋହଲି ଅନ୍ୟମାନଙ୍କଠାରୁ ଭିନ୍ନ ଅଟନ୍ତି । ଆପଣ ରୋହିତ ଶର୍ମାଙ୍କୁ ଦେଖନ୍ତୁ, ତାଙ୍କ ପାଖରେ କୋହଲିଙ୍କ ଭଳି ଷ୍ଟ୍ରାଇକ ରୋଟେଟ କରିବାର କ୍ଷମତା ନାହିଁ । ରୋହିତଙ୍କ ପାଖରେ ବଡ଼ ସର୍ଟ ଖେଳିବାର କ୍ଷମତା ଅଛି କିନ୍ତି ବିରାଟଙ୍କ ପାଖରେ ରୋହିତଙ୍କ ଠାରୁ ଅଧିକ ସ୍ଥିରତା ଅଛି,’’ ବୋଲି କହିଛନ୍ତି ଗମ୍ଭୀର ।

ଷ୍ଟ୍ରାଇକ ରୋଟେଟ କରିବାର କ୍ଷମତା କ୍ରିସ ଗେଲଙ୍କର ନାହିଁ, ଏବି ଡି ଭିଲିୟର୍ସଙ୍କ ସ୍ପିନ୍ ବୋଲିଂ ବିରୁଦ୍ଧରେ ପ୍ରତ୍ୟେକ ଡେଲିଭରିରେ ଷ୍ଟ୍ରାଇକ୍ ରୋଟେଟ କରି ପାରନ୍ତି ନାହିଁ, ବିରାଟ କୋହଲିଙ୍କ ପାଖରେ ଏହି କ୍ଷମତା ଅଛି ଏବଂ ସେଥିପାଇଁ ତାଙ୍କର ଆଭରେଜ 50ରୁ ଅଧିକ ବୋଲି ଗମ୍ଭୀର କହିଛନ୍ତି।

ABOUT THE AUTHOR

...view details