ନୂଆଦିଲ୍ଲୀ:ସିନିୟର ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଫିଟ ଘୋଷଣା କଲା ବିସିସିଆଇ । ତେବେ ଶେଷ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଟିମରେ ସାମିଲ ହେବେ ବୋଲି କୁହାଯାଇଛି । ସ୍କ୍ବାଡରେ ସାମିଲ ହେବାପରେ ମେଡିକାଲ ଟିମ ଗ୍ରୀନ ସିଗନାଲ ପରେ ମ୍ୟାଚ ଖେଳିପାରିବେ ରୋହିତ ।
ଆଇପିଏଲ ସମୟରେ ମାଂଶପେଶୀରେ ଯନ୍ତ୍ରଣା ଯୋଗୁଁ ଆହତ ହୋଇଥିଲେ ରୋହିତ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ତାଙ୍କୁ ବାଦ ଦିଆଯାଇଥିଲା । ଦିନିକିଆ ସିରିଜରୁ ଅଷ୍ଟ୍ରେଲିଆ 2-1ରେ ଜିତିବା ପରେ ଟି-20 ସିରିଜକୁ ସମାନ ବ୍ୟବଧାନରେ ହାତେଇଛି ଟିମ ଇଣ୍ଡିଆ ।