ଓଡିଶା

odisha

ETV Bharat / sports

ଟିମରେ ଖେଳିବେ 3 ଓପନର, ମୁଁ ଖେଳିବି ନିମ୍ନ କ୍ରମରେ: ବିରାଟ

ସୋମବାର ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମୀଳନିରେ ଭାରତୀୟ ଦଳର 3 ଓପନର ଓ ନିମ୍ନ ବ୍ୟାଟିଂ କ୍ରମକୁ ନେଇ ଲାଗି ରହିଥିବା ଦ୍ବନ୍ଦର ସମାଧାନ ବାହାର କରିଛନ୍ତି ଅଧିନାୟକ କୋହିଲ ।

rohit-dhawan-rahul-can-all-play-together-virat-kohli
ବିରାଟ କୋହଲି

By

Published : Jan 13, 2020, 9:09 PM IST

ମୁମ୍ବାଇ: ମଧ୍ୟକ୍ରମ ପରେ ଏବେ ଓପନିଂ ଅର୍ଡରକୁ ନେଇ ଦ୍ବନ୍ଦ୍ବ । କେଉଁ ଯୋଡି କରିବେ ଓପନିଂ, ଆଉ କେଉଁ କ୍ରମରେ ଖେଳିବେ କ୍ୟାପଟେନ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳରେ ମୁଣ୍ଡ ଟେକିଛି ଏହି ସମସ୍ୟା । ତେବେ ସୋମବାର ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମୀଳନିରେ ଭାରତୀୟ ଦଳର 3 ଓପନର ଓ ନିମ୍ନ ବ୍ୟାଟିଂ କ୍ରମକୁ ନେଇ ଲାଗି ରହିଥିବା ଦ୍ବନ୍ଦର ସମାଧାନ ବାହାର କରିଛନ୍ତି ଅଧିନାୟକ କୋହିଲ ।

ଖେଳିବେ 3 ଓପନର

ଆସନ୍ତାକାଲି(ମଙ୍ଗଳବାର) ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିମୟରେ ଖେଳାଯିବ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଏଥିପାଇଁ ପ୍ରସ୍ତୁତ ଭାରତୀୟ ଦଳ । ଦଳରେ ସାମିଲ ଅଛନ୍ତି 3 ଭାରତୀୟ ଓପନର ରୋହିତ ଶର୍ମା, କେଏଲ ରାହୁଲ ଓ ଅଭିଜ୍ଞ ଶିଖର ଧୱନ । ତେବେ 3 ଓପନର ଏବେ ଦମଦାର ଫର୍ମରେ ରହିଥିବା ବେଳେ ଚୁଡାନ୍ତ ଏକାଦଶ ପାଇଁ ଉପୁଜିଛି ସମସ୍ୟା । ଚୁଡାନ୍ତ ଏକାଦଶରେ କେଉଁ ଦୁଇ ଓପନରଙ୍କୁ ସ୍ଥାନ ମିଳିବ । ଏହି ପ୍ରଶ୍ନ ଉତ୍ତରରେ ବିରାଟ କହିଛନ୍ତି ସମସ୍ତ 3 ଓପନର ଆସନ୍ତାକାଲି ମ୍ୟାଚରେ ଖେଳିପାରିବେ ।

ବିରାଟଙ୍କ ସ୍ଥାନ କେଉଁଠି

ଖେଳିବେ 3 ଓପନର-

ବିରାଟ କହିଛନ୍ତି, ଦଳରେ ଇନଫର୍ମ ଖେଳାଳି ରହିବା ଦଳ ପାଇଁ ଏକ ଶୁଭ ସଙ୍କେତ । ଆମେ ସର୍ବଦା ଚାହିଁଥାଉ ଆମ ପାଖରେ ବେଷ୍ଟ ଖେଳାଳି ରୁହନ୍ତୁ । ଆଉ ସେଥି ମଧ୍ୟରୁ ଚୁଡାନ୍ତ ଏକାଦଶ ପାଇଁ ଆମେ ବେଷ୍ଟ କମ୍ବିନେଶନ ଚୟନ କରିବୁ । ତେବେ ଆମ 3 ଓପନଙ୍କ କ୍ଷେତ୍ରରେ ମୁଁ କହିବି ଯେ, ସମସ୍ତ 3 ଓପନରଙ୍କ ଖେଳିବା ସମ୍ଭବ । ଆଉ ଏମିତି ହେଲେ ଟିମ ସନ୍ତୁଳନ ଆମେ ପରଖି ପାରିବୁ ।

ବିରାଟଙ୍କ ସ୍ଥାନ କେଉଁଠି-

ଯଦି 3 ଓପନର ଖେଳନ୍ତି ତେବେ ନିଜର ବ୍ୟାଟିଂ କ୍ରମ କଣ ହେବ ବୋଲି କହିଛନ୍ତି କୋହଲି । ସେ କହିଛନ୍ତି, ଯଦି 3 ଓପନରଙ୍କୁ ଖେଳାଯାଏ, ତେବେ ମୁଁ ନିମ୍ନକ୍ରମରେ ବ୍ୟାଟିଂ ଆସିଲେ ମଧ୍ୟ ଖୁସି ହେବି । ମୁଁ କୌଣସି ସ୍ଥାନରେ ବି ବ୍ୟାଟିଂ କରି ପାରିବି । ଅଧିନାୟକ ହିସାବରେ ଦଳକୁ ଅଧିକରୁ ଅଧିକ ବିଜୟ ଦେବା ମୋର କର୍ତ୍ତବ୍ୟ ।"

ABOUT THE AUTHOR

...view details