ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟିରେ ହିରୋ ସାଜିଥିବା ଇଶାନ କିଶନ ତାଙ୍କ ସଫଳତା ପାଇଁ ରୋହିତ ଶର୍ମାଙ୍କୁ ଶ୍ରେୟ ଦେଇଛନ୍ତି । ଆଇପିଏଲ ଭଳି ମୁକ୍ତଭାବେ ଖେଳିବାକୁ ରୋହିତ ଭାଇ କହିଥିଲେ ବୋଲି ସେ କହିଛନ୍ତି ।
ରବିବାର ଏହି ଯୁବ କ୍ରିକେଟର ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବାବେଳେ 56 ରନ କରିଥିଲେ । ସେପଟେ ଅଧିନାୟକ ବିରାଟ କୋହଲି ମଧ୍ୟ 73 ରନ କରିଥିଲେ । ଯେଉଁଥିପାଇଁ ଇଂଲଣ୍ଡ ଦେଇଥିବା 165ରନର ଟାର୍ଗେଟକୁ ସହଜରେ ହାସଲ କରିଥିଲା ଟିମ୍ ଇଣ୍ଡିଆ ।
ତେବେ ମ୍ୟାଚ୍ ଶେଷରେ ଇଶାନ କିଶନଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଥିବାବେଳେ ସେ ନିଜର ପ୍ରତିକ୍ରିୟା ରଖିଥିଲେ । ଜଣେ କ୍ରିକେଟର ହିସାବରେ ତମକୁ ସଫଳତା ଦେବା ପାଇଁ ସମସ୍ତଙ୍କର ଅବଦାନ ରହିଥାଏ । ଆଇପିଏଲ ଭଳି ଚିନ୍ତାମୁକ୍ତ ଭାବେ ଖେଳିବା ପାଇଁ ରୋହିତ ଭାଇ ମ୍ୟାଚ ପୂର୍ବରୁ ମୋତେ କହିଥିଲେ ବୋଲି ସେ କହିଛନ୍ତି । ସେହିପରି ମୁଁ ବହୁତ ନର୍ଭସ ଥିବା କଥା ମଧ୍ୟ ସେ କହିଛନ୍ତି ।
ସୂଚନାଥାଉକି, ଭାରତ-ଇଂଲଣ୍ଡ ମଧ୍ୟରେ 5ଟି ଟି-ଟ୍ବେଣ୍ଟି ହେବାକୁ ଥିବାବେଳେ 1-1ରେ ସ୍ଥିତି ବରାବର ରହିଛି । ମଙ୍ଗଳବାର ତୃତୀୟ ଟି-ଟ୍ବେଣ୍ଟି ଖେଳାଯିବ ।