ଓଡିଶା

odisha

ETV Bharat / sports

ଗମ୍ଭୀରଙ୍କ ପ୍ରଶଂସାରେ ଉଥାପ୍ପା

ପୂର୍ବତନ କୋଲକାତା ନାଇଟ୍ ରାଇଡର୍ସ ତାରକା ରବିନ ଉଥାପ୍ପା କଲେ ଗୌତମ ଗମ୍ଭୀରଙ୍କ ପ୍ରଶଂସା । ସଫଳ ଅଧିନାୟକ ଗମ୍ଭୀରଙ୍କ ପରି ହୋଇଥାନ୍ତି କହିଲେ ଉଥାପ୍ପା । ଅଧିକ ପଢ଼ନ୍ତୁ...

By

Published : Jun 4, 2020, 11:36 PM IST

Robin Uthappa, Uthappa recalls playing under Gautam Ganbhir,  KKR, ଗମ୍ଭୀରଙ୍କ ପ୍ରଶଂସାରେ ଉତ୍ଥାପା
ଗମ୍ଭୀରଙ୍କ ପ୍ରଶଂସାରେ ଉତ୍ଥାପା

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ବରେ ଫ୍ରାଞ୍ଚାଇଜ ସହିତ ଦୁଇଟି ଇଣ୍ଡିଆନ୍ ପ୍ରିମିୟର ଲିଗ ଟାଇଟଲ ଜିତିଥିବା ପୂର୍ବତନ କୋଲକାତା ନାଇଟ୍ ରାଇଡର୍ସ ତାରକା ରବିନ ଉଥାପ୍ପା ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଗମ୍ଭୀର ଦଳର ସମସ୍ତଙ୍କୁ ନିଜର ଦକ୍ଷତା ପରିପ୍ରକାଶ କରିବାକୁ ସୁଯୋଗ ଦେଉଥିଲେ । ଗତ ଡିସେମ୍ବରରେ ହୋଇଥିବା ନିଲାମିରେ ରାଜସ୍ଥାନ ରୟାଲ୍ସ ଦ୍ବାରା କିଣାଯାଇଥିବା ଉଥାପ୍ପା କେକେଆରର ସଫଳତା ବିଷୟରେ ମଧ୍ୟ କହିଛନ୍ତି ।

“ମୋ ପାଇଁ ସବୁଠାରୁ ଭଲ ସୁଯୋଗ ପାଲଟିଲା ଗମ୍ଭୀର ଯେତେବେଳେ ସମସ୍ତଙ୍କୁ ନିଜକୁ ପରିପ୍ରକାଶ କରିବାକୁ ସୁଯୋଗ ଦେଲେ ଏବଂ କାହାର ଖେଳରେ ହସ୍ତକ୍ଷେପ କଲେ ନାହିଁ । ସେ ନିଶ୍ଚିତ କରୁଥିଲେ ଯେ ସେ ଦଳ ମଧ୍ୟରେ ଏକ ସୁରକ୍ଷା ଭାବନା ସୃଷ୍ଟି କରିବେ ଏବଂ ମୁଁ ଭାବୁଛି ଯେ ଆଇପିଏଲ ଭଳି ଟୁର୍ନାମେଣ୍ଟ ଜିତିବା ପାଇଁ ସଫଳ କ୍ୟାପଟେନମାନେ ଏହା କରନ୍ତି,’’ ବୋଲି ଏକ ଚାଟ ସୋରେ ଉତ୍ଥାପା କହିଛନ୍ତି ।

“ଟୁର୍ନାମେଣ୍ଟ ଜିତିବାର ମୋର ଅଭିଜ୍ଞତାରେ, ମୁଁ ଯାହା ଦେଖିଲି ଯେ, ଜଣେ ସଫଳ ଅଧିନାୟକ ଖେଳାଳି ମାନଙ୍କୁ ନିଜକୁ ପ୍ରକାଶ କରିବାକୁ ଯଥେଷ୍ଟ ସୁଯୋଗ ଦିଅନ୍ତି ଏବଂ ନିଶ୍ଚିତ କରନ୍ତି ଯେ ଦଳ ଭିତରେ ଥିବା ସମସ୍ତେ ଯେପରି ସୁରକ୍ଷିତ ଅନୁଭବ କରିବେ ।’’

“ତେଣୁ, ସେମାନେ ଖେଳାଳିଙ୍କ ସହ ଯୋଗାଯୋଗ କରନ୍ତି ଯେଉଁମାନେ ଖେଳୁ ନାହାଁନ୍ତି ସେମାନଙ୍କ ସହ ମଧ୍ୟ, ଏହା ଦ୍ବାରା ଯୋଗାଯୋଗର ଭାବନା ବଢ଼େ, ଆଉ ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ଆପଣଙ୍କୁ ଖେଳାଳିଙ୍କୁ ବାନ୍ଧି ରଖିବାକୁ ପଡ଼େ । ଯେଉଁ ଖେଳାଳି ମାନେ ଖେଳୁନଥାନ୍ତି ସେମାନେ ମଧ୍ୟ ଦଳରେ ଶକ୍ତି ଯୋଗାଇବାରେ ସହାୟକ ହୁଅନ୍ତି ।’’

ଉଥାପ୍ପା ଆହୁରି ମଧ୍ୟ କହିଛନ୍ତି ଯେ, ଗମ୍ଭୀର ନିଶ୍ଚିତ କରିଥିଲେ ଯେ ସେ ରିଜର୍ଭ ଖେଳାଳିଙ୍କ ସହିତ ଅଧିକ ସମୟ ବିତାଇବେ, ସେ ସେମାନଙ୍କ ସହ ତାଲିମ ନେଉଥିଲେ, ସେମାନଙ୍କ ସହ ଭୋଜନ କରୁଥିଲେ, ଯାହା ଫଳରେ ସେମାନେ ନିଜକୁ କେବେ ଛାଡି ଦିଆଯାଇଥିବା ଖେଳାଳି ବୋଲି ଅନୁଭବ କରିବେନି,’’ ବୋଲି ଉତ୍ଥାପା କହିଛନ୍ତି ।

ABOUT THE AUTHOR

...view details