ଚେନ୍ନାଇ: ଟିମ ଇଣ୍ଡିଆ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ୱିକେଟ କିପର ଋଷଭ ପନ୍ତଙ୍କୁ ପ୍ରଶଂସା । ରାଠୋର କହିଛନ୍ତି ପନ୍ତ ଜଣେ ଦକ୍ଷ ଖେଳାଳି ଓ ମ୍ୟାଚ ୱିନର । ଅଧିକ ମ୍ୟାଚ ଖେଳିବା ଦ୍ବାରା ସେ ଅଭିଜ୍ଞତା ହାସଲ କରିବେ ।
ପନ୍ତ ଜଣେ ମ୍ୟାଚ ୱିନର: ବ୍ୟାଟିଂ କୋଚ - ୱିକେଟ କିପର ଋଷଭ ପନ୍ତ
ଟିମ ଇଣ୍ଡିଆ ବ୍ୟାଟିଂ କୋଚ ବିକ୍ରମ ରାଠୋର ୱିକେଟ କିପର ଋଷଭ ପନ୍ତଙ୍କୁ ମ୍ୟାଚ ୱିନର କହିଛନ୍ତି । ଅଧିକ ପଢନ୍ତୁ...

ଋଷଭ ପନ୍ତ
ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରବିବାର ଚେନ୍ନାଇରେ ଖେଳାଯିବ । ଏହା ପୂର୍ବରୁ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧନ କରିଛନ୍ତି ବ୍ୟାଟିଂ କୋଚ ବିକ୍ରମ ରାଠୋର । ସେ କହିଛନ୍ତି ପନ୍ତ ଜଣେ ମ୍ୟାଚ ଓ୍ବିନର ।
ପନ୍ତଙ୍କ ପ୍ରଦର୍ଶନ ଗତ 15 ଇଂନିସରେ ଚର୍ଚ୍ଚାରେ ରହିଛି । ସେଥିମଧ୍ୟରୁ ମାତ୍ର ଗୋଟିଏ ଅର୍ଧଶତକ ହାସଲ କରିଛନ୍ତି ପନ୍ତ । ଏଥିସହିତ 8ଥର 2 ଅଙ୍କ ସ୍କୋର ମଧ୍ୟ ହାସଲ କରିପାରିନାହାଁନ୍ତି । ତେବେ ବ୍ୟାଟିଂ କୋଚ ରାଠୋର ପନ୍ତ ଟିମ ମ୍ୟାନେଜମେଣ୍ଟର ଭରଷା ଜିତିଥିବା କହିଛନ୍ତି ।