ହାଇଦ୍ରାବାଦ: ଗୁରୁ ସହ ଶିକ୍ଷ୍ୟର ମିଳନ । ସଦ୍ୟସମାପ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଟିକେ ଝଲକ ଦେଖାଇଥିବା ଭାରତୀୟ ଯୁବ ୱିକେଟ କିପର ଋଷବ ପନ୍ତ ଏବେ ଛୁଟି ମନାଉଛନ୍ତି । ବୁଧବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଛନ୍ତି ପନ୍ତ ।
ଧୋନିଙ୍କ ସହ ଖ୍ରୀଷ୍ଟମାସ ପାଳନ କଲେ ପନ୍ତ - dhoni
ବୁଧବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଛନ୍ତି ପନ୍ତ ।
ଧୋନିଙ୍କ ସହ ଖ୍ରୀଷ୍ଟମାସ ପାଳନ କଲେ ପନ୍ତ
ତେବେ ପନ୍ତ ଓ ଧୋନିଙ୍କ ବ୍ୟତିତ ପନ୍ତଙ୍କ ଅନ୍ୟ କିଛି ସାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ । ପନ୍ତ ନିଜ ଟ୍ବିଟର ହ୍ୟାଣ୍ଡଲରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଆପଣ ସମସ୍ତଙ୍କୁ ବଡଦିନର ଶୁଭେଚ୍ଛା । ଏହି ପର୍ବ ଆପଣଙ୍କ ଜୀବନରେ ଖୁସି ଆଣି ଦେଉ ବୋଲି ମୋର ଆଶା ।"
ଉଲ୍ଲେଖଥାଉ କି, ଦିନିକିଆ ବିଶ୍ବକପ ପରଠାରୁ ଧୋନି ନିଜକୁ କିଛି ଦିନ ପାଇଁ କ୍ରିକେଟଠାରୁ ଦୂରରେ ରଖିଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ଆଗାମୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି ।